Cricket

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। କିନ୍ତୁ ସବୁଠୁ ବଡ କଥା ହେଉଛି ଯେ ବର୍ତ୍ତମାନସୁଦ୍ଧା ଆହତରୁ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ଯଶପ୍ରୀତ୍‌ | ବୁମ୍‌ରାଙ୍କ ବ୍ୟାକ୍‌ ଷ୍ଟ୍ରେସ୍‌ ଫ୍ରାକ୍ଚର ପୂର୍ବାପେକ୍ଷା ଅଧିକ ଗୁରୁତର ହୋଇଛି। ଏଣୁ ଆଇପିଏଲ୍‌ ସହ ଚଳିତ ବର୍ଷ ହେବାକୁଥିବା କିଛି ବଡ଼ ମ୍ୟାଚ୍‌କୁ ସେ ହାତଛଡ଼ା କରିବେ ବୋଲି ଜଣାପଡ଼ିଛି।

ଗତ ୫ ମାସ ହେଲାଣି ଆହତ ସମସ୍ୟା ଯୋଗୁଁ ସେ କ୍ରିକେଟ୍‌ଠୁ ଦୂରରେ ଅଛନ୍ତି। ଯଦି ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌କୁ ଯାଏ, ତଥାପି ମଧ୍ୟ ସେ ଏଥିରେ ଖେଳିପାରିବେନି। ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ବେଳକୁ ବୁମ୍‌ରାଙ୍କୁ ସୁସ୍ଥ କରିବା ପାଇଁ ବିସିସିଆଇ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଶେଷ ଥର ପାଇଁ ଗତବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବୁମ୍‌ରା ଖେଳିଥିଲେ। ଏହାପରେ ଆହତ ଯୋଗୁଁ ଏସିଆ କପ୍‌, ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିପାରିନଥିଲେ।

Related posts

ଶ୍ରୀଲଙ୍କାଠାରୁ ପରାଜୟ ପରେ ସର୍ଫରସଙ୍କ ଅଧିନାୟକତ୍ୱ ଆଉଟ

Odisha Sports Bureau

ମଇଦାନକୁ ଓହ୍ଲାଇବ ରାହୁଲ ସେନା

Odisha Sports Bureau

ଆଇପିଏଲର ୧୦ମ ମ୍ୟାଚରେ ମୁହାଁ ମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ କେଲକାତା ନାଇଟ ରାଇଡର୍ସ

Odisha Sports Bureau