Cricket

ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ସଦସ୍ୟ ତାଲିକା ପ୍ରକାଶ ଗ୍ରେଡ୍-ଏ ପ୍ଲସରେ ଜାଦେଜା ଓ ଅକ୍ଷର ପଟେଲ

ମୁମ୍ବାଇ: ପ୍ରକାଶ ପାଇଲା ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ସଦସ୍ୟ ତାଲିକା । ବର୍ଡର ଗାଭାସ୍କର ଟ୍ରଫିରେ ପ୍ଲେୟାର୍ ଅଫ୍ ଦି ସିରିଜ୍ ବିବେଚିତ ରବୀନ୍ଦ୍ର ଜାଦେଜାଙ୍କୁ ଏଲିଟ୍ ଗ୍ରେଡ୍-ଏ ପ୍ଲସକୁ ପଦୋନ୍ନତି ମିଳିଛି। ଅକ୍ଷର ପଟେଲ ଗ୍ରେଡ୍-ଏକୁ ଉଠିଛନ୍ତି। ଖରାପ ଫର୍ମ କାରଣରୁ କେଏଲ୍ ରାହୁଲ ଗ୍ରେଡ୍-ବିକୁ ଖସିଯାଇଛନ୍ତି। ଭୁବନେଶ୍ବର କୁମାର, ଅଜିଙ୍କ୍ୟା ରାହାଣେ ଇଶାନ୍ତ ଶର୍ମା ଚୁକ୍ତିର ବାଦ୍ ପଡିଛନ୍ତି। ଫଳରେ ଏମାନଙ୍କ ଜାତୀୟ ଦାୟିତ୍ବ ଶେଷ ହୋଇଗଲା ବୋଲି ଧରିନେବାକୁ ପଡ଼ିବ। ଦୁର୍ଘଟଣାରେ ପଡ଼ି ଦଳଠାରୂ ଦୂରେଇ ରହିଥିବା ଋଷଭ ପନ୍ତ୍ କିନ୍ତୁ ଗ୍ରେଡ୍-ଏ ଚୁକ୍ତି ବଜାୟ ରଖିଛନ୍ତି।
ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିଖା:
ଗ୍ରେଡ୍- ଏ+ (୭ କୋଟି): ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା।
ଗ୍ରେଡ୍- ଏ (୫ କୋଟି): ହାର୍ଦିକ ପାଣ୍ଡ୍ୟା, ଆର୍ ଅଶ୍ବିନ, ମହମ୍ମଦ ସାମି, ଋଷଭ ପନ୍ତ, ଅକ୍ଷର ପଟେଲ୍।
ଗ୍ରେଡ୍- ବି (୩ କୋଟି): ଚେତେଶ୍ବର ପୂଜାରା, କେଏଲ୍ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ୟ୍ୟକୁମାର ଯାଦବ, ଶୁବମନ ଗିଲ୍।
ଗ୍ରେଡ୍- ସି (୧ କୋଟି): ଉମେଶ ଯାଦବ, ଶିଖର ଧାୱନ, ଶାର୍ଦୁଳ ଠାକୁର, ଈଶାନ କିଶନ, ଦୀପକ ହୁଡ଼ା, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ୱାସିଂଟନ୍ ସୁନ୍ଦର, ସଂଜୁ ସାମସନ୍, ଅର୍ଶଦୀପ ସିଂହ, କେଏସ୍ ଭରତ।

Related posts

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରସଂଶା କଲେ ପ୍ରଶିକ୍ଷକ ରବି ଶାସ୍ତ୍ରୀ

Odisha Sports Bureau

ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି

Odisha Sports Bureau

ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ନୂତନ ପ୍ରେମିକା

Odisha Sports Bureau