Cricket

ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍

ନୂଆଦୀଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍  ଜିତିଲା ୱେଷ୍ଟଇଣ୍ଡିଜ। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୨-୧ରେ ବିଜୟ ହୋଇଛି । ଜୋହାନ୍ସବର୍ଗରେ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା।  ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୭ ରନରେ ଜିତିଛି। ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ରୋମାରିଓ ଶେଫର୍ ଅପରାଜିତ ୪୪ ରନ୍ କରିଥିଲେ ଏବଂ ପେସ୍ ବୋଲର ଅଲଜାରି ଜୋସେଫ ୫ ୱିକେଟ୍ ନେଇଥିଲେ। ଯାହାକି  ଏହି ମ୍ୟାଚ ମଧ୍ୟ ଏକ ହାଇ ସ୍କୋରିଂ ମ୍ୟାଚ୍ ଥିଲା। ଉଭୟ ଦଳ ୨୦୦ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ୱେଷ୍ଟଇଣ୍ଡିଜ୍ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୨୨୦ ରନ୍  କରିଥିଫବା ବେଳେ  ପକ୍ଷରୁ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରୋମାରିଓ ଶେଫର୍ ୨ଟି ଚୌକା ଓ ୩ ଛକା ସହାୟତାରେ ୨୨ ବଲରେ ୪୪ ରନର ଅପରାଜିତ ଇନିଂସ ଖେଳିଥିଲେ। ପରେ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୧୩ ରନ କରିପାରିଥିଲା । ଦଳ ପାଇଁ ରେଜା ହେଣ୍ଡ୍ରିକ୍ସ ୪୪ ବଲରେ ୮୩ ରନ ସଂଗ୍ରହ କରିଥିଲେ। ସେ ୧୧ଟି ଚୌକା ଓ ୨ ଛକା ମାରିଥିଲେ। ଏହା ବ୍ୟତୀତ ରିଲୋ ରୋସୋ ୨୧ ଟି ବଲରେ ୪୨ ରନ୍ ସଂଗ୍ରହ କରି ୪ଟି ଚୌକା ଓ ୩ ଛକା ମାରିଥିଲେ। ତେବେ ଉଭୟ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ସତ୍ତ୍ବେ ଦଳ ବିଜୟୀ ହୋଇପାରିନଥିଲା। ତୃତୀୟ ମ୍ୟାଚ୍ରେ ପାଞ୍ଚଟି ୱିକେଟ୍ ନେଇଥିବା ୱେଷ୍ଟଇଣ୍ଡିଜ୍ ପେସ ବୋଲର ଅଲଜାରି ଜୋସେଫଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଦିଆଯାଇଛି। ୪ ଓଭରରେ ୫ ୱିକେଟ୍ ନେଇଥିବାବେଳେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଜନସନ ଚାର୍ଲ୍ସ ତାଙ୍କ ଚମତ୍କାର ଇନିଂସ ପାଇଁ ‘ପ୍ଲେୟାର ଅଫ୍ ଦି ସିରିଜ୍’ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

Related posts

ହୋଟେଲ ନ ମିଳିଲେ ହସ୍ପିଟାଲରେ ରହିବୁ

ଭାରତ ପଠାଇବା ପାଇଁ ସନ୍ଦେହରେ ପାକିସ୍ତାନ କ୍ରିକେଟ୍ ବୋର୍ଡ

ଆଇପିଏଲ ପୂର୍ବରୁ କୋହଲୀଙ୍କୁ ଗିଫ୍ଟ

Odisha Sports Bureau