Cricket

ରାଜସ୍ଥାନକୁ ୫ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ

ବାଜିମାରିଲା ପଞ୍ଜାବ କିଙ୍ଗ୍ସ । ରାଜସ୍ଥାନକୁ ୫ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ । ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ । ଶିଖର ଧୱନ ଓ ପ୍ରଭସିମ୍ରନ୍ ସିଂହଙ୍କ ଅର୍ଦ୍ଧଶତକ ବଳରେ ୪ ୱିକେଟ ହରାଇ ୧୯୭ ରନ୍ କରିଥିଲା ପଞ୍ଜାବ । ୧୯୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ରାଜସ୍ଥାନ ଶେଷ ଯାଏ ଲଢ଼ିଥିଲା । ମାତ୍ର ୭ ୱିକେଟ ହରାଇ ୧୯୨ ରନ୍ ସଙ୍ଗହ କରିପାରିଥିଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ପ୍ରଭସିମରନ୍ ୩୪ ବଲ୍ ଖେଳି ୭ଟି ଚୌକା ଓ ୩ ଛକା ବଳରେ କରିଥିଲେ ୬୦ ରନ୍ । ଶିଖର ଧଓ୍ଵନ ଅପରାଜିତ ୮୬ ରନ୍ କରିଥିଲେ । ଅନ୍ୟମାନଙ୍କ ଭିତରେ ଜିତେଶ ଶର୍ମା କରିଥିଲେ ୨୭ ରନ୍ । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରୟାଲ୍ସ ଆରମ୍ଭରୁ ବିପର୍ୟ୍ୟୟର ସାମ୍ନା କରିଥିଲା। ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ୍ ସର୍ବାଧିକ ୪୨ ରନ୍ କରିଥିବା ବେଳେ ପାଡିକଲ ୨୧, ହେଟମାୟର ୩୬ ଓ ଜୁରେଲ୍ କରିଥିଲେ ୩୨ ରନ୍ । ମଧ୍ୟଭାଗରେ ଭଲ ଖେଳିଥିଲେ ବି ଦଳକୁ ବିଜୟୀ କରାଇବାରେ ସକ୍ଷମ ହୋଇ ନଥିଲେ ରାଜସ୍ଥାନ ବ୍ୟାଟର ।

Related posts

ଷ୍ଟମ୍ପ ଆଉଟ୍ ପରେ ଦିଲ୍ଲୀ ଖେଳାଳିଙ୍କ ପ୍ରତିବାଦ

Odisha Sports Bureau

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

Odisha Sports Bureau

ପୂର୍ବିତନ ଅଧିକାରୀଙ୍କ ପରାମର୍ଶ ବିନା ଚାପରେ ଖେଳିଲେ ରେଜଲ୍ଟ ତୁମ ପକ୍ଷରେ ନିଶ୍ଚୟ

Odisha Sports Bureau