Cricket

ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ

ଲକ୍ଷ୍ନୌ : ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ। କେଏଲ୍‌ ରାହୁଲଙ୍କ ସୁପର ଜାଏଣ୍ଟ୍‌ସ ନିଜର ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ଲକ୍ଷ୍ୟରେ ରହିଥିଲା ବେଳେ ଫାଫ୍‌ ଡୁପ୍ଲେସିସ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ପାଇଁ ଲଢ଼ିବ। ଲକ୍ଷ୍ନୌ ଏବେ ପଏଣ୍ଟ ତାଲିକାର ତୃତୀୟରେ ରହିଥିଲା ବେଳେ ବେଙ୍ଗାଲୁରୁ ସପ୍ତମରେ ରହିଛି। ଅବଶ୍ୟ ଉଭୟ ଦଳ ନିଜ ଘରୋଇ ମାଟିରେ ଜିତିଥିଲା ବେଳେ ବାହାରେ ହାର୍‌ ମାନିଛନ୍ତି।

ଲକ୍ଷ୍ନୌ ଘରେ ଦୁଇଟି ମ୍ୟାଚ୍‌ ଖେଳି ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା ବେଳେ ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗ୍‌ସଠାରୁ ୧୨ ରନ୍‌ରେ ହାରିଯାଇଛି। ସେହିପରି ବାଙ୍ଗାଲୋର ଘରେ ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟ୍‌ରେ ପରାସ୍ତ କରିଥିଲା ବେଳେ କୋଲ୍‌କାତାରେ କୋଲ୍‌କାତା ନାଇଟ୍‌ ରାଇଡର୍ସଠାରୁ ୮୧ ରନ୍‌ର ପରାଜୟ ବରଣ କରିଛି।

ତେଣୁ ଉଭୟ ଦଳ ସୋମବାର ବିଜୟ ଲକ୍ଷ୍ୟ ରଖିଥିବାରୁ ମ୍ୟାଚ୍‌ ଦର୍ଶକଙ୍କ ପାଇଁ ଉପଭୋଗ୍ୟ ହୋଇପାରେ ବୋଲି କୁହାଯାଉଛି। ତେବେ ଶକ୍ତିଶାଳୀ ଲକ୍ଷ୍ନୌ ଦଳ ବିପକ୍ଷରେ ମ୍ୟାଚ୍‌ ଜିତିବାକୁ ହେଲେ ବାଙ୍ଗାଲୋର ଦଳ ବ୍ୟାଟର୍‌ଙ୍କଠୁ ଉନ୍ନତ ପ୍ରଦର୍ଶନ ଏବଂ ଡେଥ୍‌ ଓଭର ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ ଆଶା କରିବ। ବିଶେଷକରି ଡେଥ୍‌ ଓଭର ବୋଲିଂ ବାଙ୍ଗାଲୋର ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।

Related posts

ପୂର୍ବିତନ ଅଧିକାରୀଙ୍କ ପରାମର୍ଶ ବିନା ଚାପରେ ଖେଳିଲେ ରେଜଲ୍ଟ ତୁମ ପକ୍ଷରେ ନିଶ୍ଚୟ

Odisha Sports Bureau

ଆଜିଠୁ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଟେଷ୍ଟ ସିରିଜ

Odisha Sports Bureau

ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳି ତାଲିକାରୁ ବାଦ୍ ପଡ଼ିଲେ ଧୋନୀ

Odisha Sports Bureau