Cricket

ଗିରିଶ ପଡିଆରେ ସୋନି ସାଗର ଚାଲେଞ୍ଜ ଟ୍ରଫି ୨୦୨୩ ଅନୁଷ୍ଟିତ, ନିକିରାଇ ଟିମ୍କୁ ହରାଇ ସାନ ଇଲେଭେନ ଭୁବନେଶ୍ୱର ବିଜୟୀ

କେନ୍ଦ୍ରାପଡ଼ା / ମହେଶ ପାଢ଼ୀ: କେନ୍ଦ୍ରାପଡା ସହରସ୍ଥିତ ଗିରିଶ ପଡିଆରେ ସୋନି ସାଗର ଚାଲେଞ୍ଜ ଟ୍ରଫି ୨୦୨୩ ଅନୁଷ୍ଟିତ ହେରଇଯାଇଛି । ଏହିଅବସରରେ ପୌରାଧ୍ୟକ୍ଷା ଶ୍ରୀମତି ସରିତା ସାହୁ ମୁଖ୍ୟ ଅତିଥିବାଭାବେ ଯୋଗ ଦେଇଥିବା ବେଳେ ବିଜୁଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ସାହୁ ଯୋଗ ଦେଇ ଟୁର୍ନା କେଣ୍ଟକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ଯୁବ ସମାଜ ସେବୀ ଚିତ୍ତରଞ୍ଜନ ଦାସ, ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ, ନଗର ବିଜେଡି ସଭାପତି ଶ୍ରୀ ଯଯାତି କେଶରୀ ମହାନ୍ତି, ସମ୍ବିତ ଶ୍ରୀଚନ୍ଦନ, ସମାଜସେବୀ ଇଂ ମୁରଲୀଧର ସେଠି, ସମାଜସେବୀ କ୍ଷୀରୋଦ କୁମାର କର, ବରଦାକାନ୍ତ ବରାଳ, ଉମାଶଙ୍କର ରାଉତ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥଲେ। ଏହି ମ୍ୟାଚରେ ଫାଇନାଲ ରେ ନିକିରାଇ ଟିମ୍ କୁ ହରାଇ ସାନ ଇଲେଭେନ ଭୁବନେଶ୍ୱର ବିଜୟୀ ହୋଇଥିଲା । ବିଜୟୀ ଦଳକୁ ଶ୍ରୀ ପ୍ରତାପ ଚନ୍ଦ୍ର ଦାସ ଦୁଇ ଦଳକୁ ପୁରସ୍କୃତ କରିଥିଲେ । ଏହି ମ୍ୟାଚରେ ବୁଦ୍ଧଦେବ ମହାରଣା ଧାରା ବିବାରଣୀ ପ୍ରଦାନ କରିଥିଲେ କ୍ଷ ଏହି କାଯ୍ରା୍ୟକ୍ରମକୁ ପ୍ରଣୟ କୁମାର ସାହୁ, ସୂର୍ୟ୍ୟକାନ୍ତ ପରିଡା, ଅଶୋକ କୁମାର ଗିରି, ସତ୍ୟମ ମହାପାତ୍ର, ପ୍ରତିଶ ଜେନା, ସତ୍ୟଜିତ ସାହୁ, ନିର୍ମଳ ସେଠି ମ୍ୟାଚ କୁ ପରିଚାଳନା କରିଥିଲେ କ୍ଷ

Related posts

୫ମଥର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ,ନିରାଶ ହେଲା ଭାରତ

ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିଲେ ଅୟର

Odisha Sports Bureau

କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ?