Cricket

ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

ଦିଲ୍ଲୀ :ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖି ନାହାନ୍ତି। ଦିଲ୍ଲୀ ୩ରୁ ୩ ଏବଂ ମୁମ୍ବାଇ ୨ରୁ ୨ ହାରି ପଏଣ୍ଟ ଟେବୁଲର ଶେଷ ଦୁଇ ସ୍ଥାନରେ ରହିଛନ୍ତି। ମଙ୍ଗଳବାର ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମଠାରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଥିଲା ବେଳେ ପ୍ରଥମ ବିଜୟ ଅପେକ୍ଷାରେ ରହିଛନ୍ତି। ଗତ ମ୍ୟାଚ୍‌ରେ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କୁ ଛାଡ଼ି ଦିଲ୍ଲୀର ଶୀର୍ଷ କ୍ରମ ପୂରା ବିଫଳ ହୋଇଥି‌ଲେ। ଅନ୍ୟପକ୍ଷରେ ଦ୍ରୁତ ବୋଲର ବିପକ୍ଷରେ ଗତ ୩ ମ୍ୟାଚ୍‌ରେ ଦଳର ତାରକା ବ୍ୟାଟର୍‌ ପୃଥ୍ବୀ ସ’ଙ୍କ ବିଫଳତା ନେଇ ଅନେକ ପ୍ରଶ୍ନ ଉଠିଲାଣି। ‌ସେହିପରି ଦିଲ୍ଲୀ ଦ୍ରୁତ ବୋଲର ଅନିରକ୍‌ ନର୍ଖିୟା, ମୁକେଶ କୁମାର ଓ ଖଲିଲ ଅହମଦ ମଧ୍ୟ ବିପକ୍ଷ ବ୍ୟାଟର୍‌ଙ୍କୁ ଚାପରେ ରଖିପାରୁନାହାନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖଲିଲ ଆହତ ହୋଇଥିବାରୁ ତାଙ୍କ ଫିଟ୍‌ନେସ୍‌ ନେଇ ବଡ଼ ପ୍ରଶ୍ନ ଉଠୁଛି। ସ୍ପିନ୍‌ରେ କୁଲଦୀପ ଯାଦବ ମିତବ୍ୟୟୀ ରହିଥିଲେ ମଧ୍ୟ ଅକ୍ଷର ପଟେଲ ମଧ୍ୟଭାଗରେ ଅଧିକ ରନ୍‌ ବ୍ୟୟ କରୁଛନ୍ତି। ଏହା ଦଳ ପାଇଁ ଚିନ୍ତାର କାରଣ।

Related posts

ଭାରତକୁ ୨୧୬ ରନର ଟାର୍ଗେଟ୍, ଟିମ୍ ସିଫର୍ଟଙ୍କ ତୁଫାନି ଅର୍ଧଶତକ

Odisha Sports Bureau

ଟେଷ୍ଟରେ ବିରାଟ କୋହଲିଙ୍କ ୧୨ ବର୍ଷ,ଫ୍ୟାନ୍ସକୁ ଜଣାଇଲେ ଧନ୍ୟବାଦ

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ

Odisha Sports Bureau