Cricket

ଦିନେଶ ମୋଙ୍ଗିଆ ହେବେଓଡ଼ିଶା ରଣଜୀ ଦଳର ନୂଆ କୋଚ୍!

ଭୁବନେଶ୍ୱର : ଦିନେଶ ମୋଙ୍ଗିଆ ହେବେଓଡ଼ିଶା ରଣଜୀ ଦଳର ନୂଆ କୋଚ୍ | ଆସନ୍ତା ୨୧ ତାରିଖରେ ଓଡିଶା ଆସିବେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ | ଦିନେଶ ମୋଙ୍ଗିଆ ଭାରତ ପାଇଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବାମହାତୀ ବ୍ୟାଟର ଦିନେଶ ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୫୭ ମ୍ୟାଚରୁ ମୋଙ୍ଗିଆ ୧୨୩୦ ରନ୍ କରିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୫୯ ରହିଥିଲା । ଯାହାକ ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ ମୋଙ୍ଗିଆ ।

ଅନ୍ତର୍ଜାତୀୟ କ୍ୟାରିୟରରେ ମୋଙ୍ଗିଆ ଦିନିକିଆରେ ୧୪ଟି ୱିକେଟ ହାସଲ କରିଛନ୍ତି । ଶେଷ ଦିନିକିଆ ମ୍ୟାଚ୍ ୨୦୦୭ରେ ଖେଳିଥିଲେ ଦିନେଶ ମୋଙ୍ଗିଆ । ଦିନେଶ ମୋଙ୍ଗିଆଙ୍କ ଭଳି ଅନୁଭବୀ କ୍ରିକେଟରଙ୍କୁ କୋଚ୍ ଦାୟିତ୍ୱ ମିଳିବା ରାଜ୍ୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ଆଣି ଦେଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁସାରେ ଓଡିଶା ଆସି ରଣଜୀ ଦଳର ଦାୟିତ୍ୱ ଗ୍ରହଣ କରିବେ ଦିନେଶ | ତେବେ ଓସିଏ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Related posts

ଆଜି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Odisha Sports Bureau

ପୁଣି ଫେଲ ମାରିଲେ ଗିଲ୍ ଓ ସୂର୍ଯ୍ୟକୁମାର

Odisha Sports Bureau

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

Odisha Sports Bureau