Tennis

ଏମ୍ଓଏସ୍ଏଫ୍ ଆଇଟା-ଓଟିଏ ଟେନିସରେ କବୀର ହଂସଙ୍କୁ ଦ୍ବିମୁକୁଟ

ଭୁବନେଶ୍ୱର:ଆଇଟା ଓ ଓଟିଏ ଆନୁକୂଲ୍ୟରେ ଭୁବନେଶ୍ୱରରେ ଥିବା ଗୁରୁକୂଳ ଟେନିସ ଏକାଡେମୀରେ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏମ୍ଓଏସ୍ଏଫ୍ ଆଇଟା-ଓଟିଏ ପୁରୁଷ ୧ ଲକ୍ଷ ଚାମ୍ପିଅନ୍ସିପ୍ ଶୁକ୍ରବାର ଉଦ୍ୟାପିତ ହୋଇଯାଇଛି। ତେବେ ଏଥିରେ କିଟ୍ ଛାତ୍ର କବୀର ହଂସ ଦ୍ବିମୁକୁଟ ହାସଲ କରିଛନ୍ତି। ସେ ଉଭୟ ପୁରୁଷ ଏକକ ଓ ଯୁଗଳ ବର୍ଗରେ ଟ୍ରଫି କରାୟତ କରିଛନ୍ତି। ତେବେ ଶୁକ୍ରବାର ଏହି ପ୍ରତିଯୋଗୀତାର ଅନ୍ତିମ ଦିନ ହୋଇଥିବା ବେଳେ ପୁରୁଷ ଏକକ ଫାଇନାଲରେ ମଧ୍ୟପ୍ରଦେଶର ୟାଶ୍ ଯାଦବଙ୍କୁ ୬-୧ ଓ ୬-୧ ସିଧାସଳଖ ସେଟ୍ରେ ପରାସ୍ତ କରି ବିଜେତା ହୋଇଥିଲେ କବୀର । ଏହି ବିଜୟ ବଳରେ କବୀର ମଧ୍ୟ ଏକକ ବର୍ଗରେ ସର୍ବଭାରତୀୟ ର୍ୟାଙ୍କିଙ୍ଗ୍ରେ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିପରି ପୁରୁଷ ଯୁଗଳ ଫାଇନାଲ୍ରେ କବୀର ଓ ତାଙ୍କ ସାଥୀ ଅଭିବୀର ସେଖାୱତ୍ ୬-୦, ୪-୬ ଓ ୧୦-୬ ସେଟ୍ରେ ଓଡ଼ିଶା ଯୋଡ଼ି ସତୀର୍ଥ ପଟ୍ଟନାୟକ ଓ ଆଦିତ୍ୟ ଶତପଥୀଙ୍କୁ ହରାଇ ଟ୍ରଫି ନିଜ ନାମରେ କରିଛନ୍ତି। କବୀରଙ୍କ ଏହି ସଫଳତା ପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ନିଜର ଟେନିସ୍ ଯାତ୍ରାରେ ସମସ୍ତ ସମର୍ଥନ ଓ ସହଯୋଗ ଯୋଗାଇ ଦେଇଥିବାରୁ ଅତ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ କବୀର ।

Related posts

ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଡେଭିସ୍ କପ୍ ମୁକାବିଲାରୁ ବୋପନ୍ନା ବାହାର

Odisha Sports Bureau

ୟୁଏଏସସ୍ ଓପନର ପ୍ରଥମ ମ୍ୟାଚରେ ମେଡଭେଦବଙ୍କୁ ଭେଟିବେ ପ୍ରଜନେଶ୍

Odisha Sports Bureau

ଦଶନ୍ଧିର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଟେନିସ୍ ଗର୍ଲଙ୍କ ପ୍ରାଧାନ୍ୟ ବିସ୍ତାର