Cricket

ଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

ନୂଆଦିଲ୍ଲୀ : ବିସିସିଆଇ ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇର ଏହି ଘୋଷଣା ମୁତାବକ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତା ୫ କୋଟି ଟଙ୍କାର ପୁରସ୍କାର ରାଶି ପାଇବେ। ପୂର୍ବରୁ ରଣଜୀ ବିଜେତା ୨ କୋଟି ଟଙ୍କା ପାଉଥିଲେ। ସେହିପରି ରଣଜୀ ରନରସ ଅପକୁ ୩ କୋଟି ଟଙ୍କା ପୁରସ୍କାର ରାଶି ଏବଂ ପରାଜିତ ସେମିଫାଇନାଲିଷ୍ଟକୁ ୧ କୋଟି ଟଙ୍କା ପୁରସ୍କାର ରାଶି ପାଇବେ। ଅନ୍ୟପକ୍ଷରେ ସିନିୟର ମହିଳା ବିଜେତା ୬ ଲକ୍ଷ ପରିବର୍ତେ ଚଳିତ ବର୍ଷରୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବେ। ସେହିପରି ଈରାନୀ କପ୍‌ ବିଜେତାଙ୍କ ପୁରସ୍କାର ରାଶି ପରିମାଣ ମଧ୍ୟ ଦୁଇଗୁଣା ହୋଇଯାଇଛି। ଈରାନୀ କପ୍‌ ବିଜେତାଙ୍କ ପୁରସ୍କାର ରାଶି ୨୫ ଲକ୍ଷ ରହିଥିଲା ବେଳେ ୫୦ ଲକ୍ଷକୁ ବୃଦ୍ଧି ପାଇଛି। ତେବେ ପୂର୍ବରୁ ଉପବିଜେତାଙ୍କ ପାଇଁ କୌଣସି ପୁରସ୍କାର ବ୍ୟବସ୍ଥା ନଥିଲା ବେଳେ ଏଣିକି ସେହି ଦଳକୁ ୨୫ ଲକ୍ଷ ମିଳିବ।

ଘୋଷିତ ନୂଆ ବ୍ୟବସ୍ଥା ଅନୁଯାୟୀ ଦଲୀପ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ବିଜେତା ଦଳକୁ ୧ ‌କୋଟି, ଉପବିଜେତା ଦଳକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ତେବେ ଦେଓଧର ଟ୍ରଫି ବିଜେତାକୁ ୪୦ ଲକ୍ଷ, ଫାଇନାଲ୍‌ରେ ହାରିଥିବା ଦଳକୁ ୨୦ ଲକ୍ଷ ଟଙ୍କା ମିଳିବାକୁ ଥିଲା ବେଳେ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବିଜେତାକୁ ୮୦ ଲକ୍ଷ ଏବଂ ଫାଇନାଲ୍‌ରେ ପରାଜିତ ଦଳକୁ ୪୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୁଷଙ୍କ ଭଳି ମହିଳା କ୍ରିକେଟ୍‌କୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସିନିୟର ମହିଳା ଦିନିକିଆ ଟ୍ରଫି ବିଜେତାକୁ ୫୦ ଲକ୍ଷ ଏବଂ ଉପବିଜେତାକୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ସିନିୟର ମହିଳା ଟ୍ବେଣ୍ଟି-୨୦ ଟ୍ରଫି ବିଜେତାକୁ ୪୦ ଲକ୍ଷ (ପାଉଥିବା ରାଶିର ୮ ଗୁଣା ଅଧିକ) ଏବଂ ପରାଜିତ ଫାଇନାଲିଷ୍ଟକୁ ୨୦ ଲକ୍ଷ ଟଙ୍କା ମିଳିବ। ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶିରେ ବୃଦ୍ଧି ଘୋଷଣା କରିଥିବାରୁ ମୁଁ ବିଶେଷ ଆନନ୍ଦିତ ବୋଲି ଟ୍ବିଟ୍‌ କରିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା। ଭାରତୀୟ କ୍ରିକେଟ୍‌ର ମେରୁଦଣ୍ଡ ଘରୋଇ ପ୍ରତିଯୋଗିତାରେ ବିନିମୟ କରିବାର ପ୍ରୟାସ ଆମେ ଜାରି ରଖିବୁ ବୋଲି ଶାହା କହିଛନ୍ତି।

Related posts

ଆଇସିସିର ବୈଠକରେ ଭାରତ-ପାକ ମ୍ୟାଚ ଉପରେ ଆଲୋଚନା

Odisha Sports Bureau

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି

Odisha Sports Bureau

ଆଜିଠୁ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଟେଷ୍ଟ ସିରିଜ

Odisha Sports Bureau