Cricket

ଟେଷ୍ଟରେ ପ୍ରଥମେ ଓପନିଂ କରିବେ ଯଶସ୍ଵୀ, ଗିଲ୍ ଖେଳିବେ ତୃତୀୟ ନମ୍ବରରେ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେଇଛି  ଟେଷ୍ଟ ସିରିଜ  ।  ଯୁବ ବ୍ୟାଟର ଯଶସ୍ଵୀ ଜୟସଓ୍ଵାଲ ଏହି ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଖେଳୁଛନ୍ତି । ରୋହିତ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଭାରତୀୟ ଅଧିନାୟକ କହିଛନ୍ତି ୨୧ ବର୍ଷୀୟ ଯଶସ୍ଵୀ ତାଙ୍କ ସହ ଇନିଂସ ଓପନ  କରିବେ। ଆଉ ଷ୍ଟାର  ବ୍ୟାଟର ଶୁଭମନ ଗିଲ୍ ଓ୍ଵାନ ଡାଉନ ଅର୍ଥାତ ନମ୍ବର ୩ରେ କ୍ରିଜକୁ ଓହ୍ଲାଇବେ। ଗିଲ୍ ଏ ପର୍ୟ୍ୟନ୍ତ ରୋହିତ ଶର୍ମାଙ୍କ ସହିତ ଅନେକ ମ୍ୟାଚରେ  ଓପନିଂ କରି ସାରିଛନ୍ତି। ସେ ଆହୁରି ଜଣାଇଛନ୍ତି ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ୨ ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇବ।

ଟିମ ଇଣ୍ଡିଆ ଚୟନ ବେଳେ  ଯଶସ୍ଵୀ ଜୟସଓ୍ଵାଲ ଏବଂ ଋତୁରାଜ ଗାଏକଓ୍ଵାଡ଼ଙ୍କ ପରି ଯୁବ ବ୍ୟାଟରଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ଯେବେଠୁ ଭାରତୀୟ ଦଳରେ ଯଶସ୍ଵୀଙ୍କ ଚୟନ ହୋଇଛି, ସେବେଠୁ  ଏହି ବାମହାତୀ ବ୍ୟାଟରଙ୍କ ଟେଷ୍ଟ ପଦାର୍ପଣ ନେଇ ଚର୍ଚ୍ଚା  ଚାଲିଥିଲା। ଫ୍ୟାନଙ୍କୁ  ଲାଗୁଥିବା ଯଶସ୍ଵୀଙ୍କୁ ଚେତେଶ୍ଵର ପୂଜାରାଙ୍କ ସ୍ଥାନରେ ଖେଳାଯିବ। ମାତ୍ର କେହି ବି ଭାବିନଥିଲେ ଓପନିଂ ଯଶସ୍ଵୀ କରିବେ ଓ  ତୃତୀୟ ନମ୍ବରରେ ଶୁଭମାନ ଖେଳିବେ।

ଯଶସ୍ଵୀ ଆଇପିଏଲ୍ ୨୦୨୩ରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ୧୪ଟି ମ୍ୟାଚ୍ରେ ୪୮.୦୮ ହାରରେ ୬୨୫ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ସାମିଲ୍। ଯଶ୍ଵସ୍ଵୀଙ୍କ ଘରୋଇ କ୍ରିକେଟ୍ ଉପରେ ନଜର ପକାଇଲେ ସେ ୧୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୮୦.୨୧ ହାରରେ ୧୮୪୫ ରନ କରିଛନ୍ତି। ଏଥିରେ ୯ଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ସାମିଲ୍। ସେ ଚଳିତ ବର୍ଷ ଇରାନ କପରେ  ଅବଶିଷ୍ଟ ଭାରତୀୟ ଦଳ ପାଇଁ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ଵିତୀୟ ଇନିଂସରେ ୧୪୪ ରନ କରିଛନ୍ତି।

Related posts

ଅଷ୍ଟ୍ରେଲିଆର ବିଶାଳ ସ୍କୋର, ଭାରତକୁ ଦରକାର ୩୫୩ ରନ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ ସାମ କରନ

Odisha Sports Bureau

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

Odisha Sports Bureau