କେପଟାଉନ : କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଯାହାଫଳରେ ଟେଷ୍ଟ ସିରିଜ ୧-୧ରେ ଶେଷ ହୋଇଛି । ଭାରତ ଆଗରେ ବିଜୟ ପାଇଁ ୭୯ ରନର ଲକ୍ଷ୍ୟ ଥିବାବେଳେ ଭାରତ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୨୮ ରନ କରିଥିବାବେଳେ ରୋହିତ ଶର୍ମା ୧୭ ରନ କରିଥିଲେ । ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ ।