Cricket

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

ଓଡ଼ିଶା :ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ ହୋଇଛନ୍ତି। ସମ୍ବଲପୁରର ଏହି କ୍ରିକେଟର୍‌ ପୁଡୁଚେରୀରେ ମେ ୩୦ରୁ ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୨୩ ବର୍ଷରୁ କମ୍‌ ଉଚ୍ଚ ଗୁଣାବତ୍ତା ଶିବିରରେ ପ୍ରଶିକ୍ଷଣ ନେବେ। ଗତ ୨୦୨୨-୨୩ ଋତୁରେ ତାଙ୍କର ପ୍ରଦର୍ଶନକୁ ଆଧାର କରି ଏହି ଡକରା ମିଳିଛି। ଚଳିତ ଋତୁରେ ୨୫ ବର୍ଷରୁ କମ୍‌ ଦିନିକିଆରେ ୧୧ ୱିକେଟ୍‌ ଏବଂ ସିକେ ନାୟୁଡୁ ଟ୍ରଫିରେ ଗୋଟିଏ ପାଳିରୁ ୯ ୱିକେଟ୍‌ ଅକ୍ତିଆର କରିବା ସହ ମୋଟ ୩୧ ୱିକେଟ୍‌ ଦଖଲ କରିଥିଲେ। ତେଣୁ ଉଚ୍ଚ ଗୁଣାବତ୍ତା ଶିବିରରେ ତାଙ୍କ ଦକ୍ଷତାକୁ ଆହୁରି ମାର୍ଜିତ କରିବାର ଅବସର ରହିବ ଏବଂ ଆସନ୍ତା ଘରୋଇ ଋତୁ ପାଇଁ ସେ ଅଧିକ ଦକ୍ଷତାର ସହ ପ୍ରସ୍ତୁତ ହୋଇପାରିବେ ବୋଲି ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ କୁହାଯାଇଛି। ଆଶୁତୋଷଙ୍କୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଂଜୟ ବେହେରାଙ୍କ ସହ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

Related posts

ବିଜୟ ହଜାରେ ଟ୍ରଫି: ୭୮ ବଲ୍‌ରେ ଶତକ, ପରବର୍ତ୍ତୀ ୧୯ ବଲ୍‌ରେ ୧୫୦ ରନ୍… ଧ୍ରୁବ ଜୁରେଲ ଏକଦିବସୀୟରେ ଏକ ବଡ଼ ସଫଳତା ହାସଲ କଲେ

Odisha Sports Bureau

କୋହଲିଙ୍କ କମାଲ, ୨୬ତମ ଶତକ ହାସଲ କଲେ

Odisha Sports Bureau

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଷ୍ଟାର କ୍ରିକେଟର ବିରାଟ

Odisha Sports Bureau