Cricket

ରିଭ୍ୟୁ ସିଷ୍ଟମର କମାଲ,ଧୋନିଙ୍କ ପାଇଁ ନିଷ୍ପତି ବଦଳିଲେ ଅମ୍ପାୟାର

ଗତ କାଲି ଅନୁଷ୍ଠିତ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ ରେ ଧୋନିର ସର୍ବେତ୍ତମ ପ୍ରଦର୍ଶନ ଦେଖିବାକୁ ମିିଳିଛି ।ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା । ତେବେ ଚେନ୍ନାଇର ବୋଲିଂ ସମୟରେ ଧୋନିଙ୍କ ‘ରିଭ୍ୟୁ ସିଷ୍ଟମ୍’ର ପୁଣି ଥରେ ଜଲୱା ଦେଖିବା ପାଇଁ ମିଳିଛି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମ୍ୟାଚରେ ପ୍ରଥମରେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରର ଚତୁର୍ଥ ବଲରେ ରବିନ୍ଦ୍ର ଜାଡେଜା ଆଉଟ୍ ହୋଇଥିଲେ । ଏହା ପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା ସିଏସ୍କେ ଟିମ୍ର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ଙ୍କୁ କେକେଆର ବୋଲର୍ କୁଲୱନ୍ତ ଖେଜୁରଲିଆ ଅଣ୍ଟା ଉପରୁ ସିଧା ବଲ୍ ଫିଙ୍ଗିଥିଲେ । କିନ୍ତୁ ଅମ୍ପାୟାର୍ ଏହାକୁ ନୋ ବଲ୍ ଦେଇନଥିଲେ । ଥିରେ ଧୋନି, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ନେଇଥିଲେ । ଏହା ପରେ ରିପ୍ଲେରେ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା । ଧୋନିଙ୍କ ଅଣ୍ଟା ଉପରକୁ ବଲ୍ ଯାଉଥିବା ଦେଖି ଅମ୍ପାୟାରଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା। ଏହାକୁ ନୋ ବଲ୍ ହେବାସହ ଫ୍ରି ହିଟ୍ ଘୋଷଣା କରାଯାଇଥିଲା। ଶେଷରେ କୋଲକାତା ନାଇଟ ରାଇଡର୍ସକୁ ୪୯ ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ୍ ।

Related posts

ରୋହିତଙ୍କ ପରେ କିଏ ହେବ ଦଳର ଅଧିନାୟକ ?

Odisha Sports Bureau

କ୍ରିକେଟ ଦୂନିଆରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବାପ-ପୁଅ ଯୋଡ଼ି

Odisha Sports Bureau

ଟଙ୍କା ଫେରସ୍ତ ପାଇବେ ଦର୍ଶକେ

Odisha Sports Bureau