Cricket

ଦୃଷ୍ଟିହୀନ ଟି-୨୦ରେ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ

ନେପାଳରେ ଅନୁଷ୍ଠିତ ହେଇଥିବା ମହିଳା ଦୃଷ୍ଟିହୀନ ଟି-୨୦ରେ କ୍ରିକେଟ୍ ଦଳକୁ ଓଡ଼ିଆ ଝିଅ ଫୁଲ ସୋରେନ ବିଜୟ ଦେଇଛନ୍ତି। ଚାଲିଥିବା ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ମଙ୍ଖଳାର ବୁଧବାର ଦ୍ବିତୀୟ ମ୍ୟାଚ୍ରେ ଭାରତ ୯ ୱିକେଟ୍ରେ ନେପାଳକୁ ପରାସ୍ତ କରିଛି।ପ୍ରଥମ ମ୍ୟଚରେ ନେପାଳଠୁ ହାରିଥିଲା ଭାରତ । ବୁଧୁବାର ଭାରତ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନେଇଥିବା ଘରୋଇ ଦଳ ସମସ୍ତ ୱିକେଟ ହରାଇ ୧୭୨ ରନ୍ କରିଥିଲା। ସରିତା ଗିମିରେ ୫୬ ରନ୍ କରିଥିଲା ବେଳେ ଭାରତ ପକ୍ଷରୁ ସୁଷମା ପଟେଲ, ଗଙ୍ଗା ଓ ଫୁଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅନ୍ୟ ସବୁ ବ୍ୟାଟର୍ ରନ୍ଆଉଟ୍ ହୋଇଥିଲେ। ଜବାବରେ ଭାରତ ୧୪.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଗଙ୍ଗା (୨୨ ରନ୍) କେବଳ ଆଉଟ୍ ହୋଇଥିଲା ବେଳେ ସିମୁ ଦାସ (୬୬ଞ୍ଚ) ଓ ଫୁଲ (୬୫ଞ୍ଚ) ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ସିମୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶୁକ୍ରବାର ଭାରତ ଏହି ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଖେଳିବ।

 

Related posts

ମୁମ୍ବାଇରେ ସଫଳ ହେଲା ଋୁଷଭ ପନ୍ତଙ୍କ ଅସ୍ତ୍ରପ୍ରଚାର

Odisha Sports Bureau

ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ

Odisha Sports Bureau

ଦ୍ୱିତୀୟ ଦିନିକିଆ, ଭାରତ ୨୫୦ରନରେ ଅଲଆଉଟ