Uncategorized

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ

 

ଆସନ୍ତା ଜୁନ୍ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ଭିତରେ  ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଏହି ମ୍ୟାଚ୍  ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ତେବେ ଏହି ମ୍ୟାଚ୍ ପାଇଁ ବିସିସିଆଇ  ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିସାରିଛି । ହେଲେ ଏହାରି ଭିତରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ । ରିର୍ଟାୟରମେଣ୍ଟ ନିଷ୍ପତ୍ତିକୁ ଫେରାଇ ନେଇ ଧୋନୀ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଖେଳନ୍ତୁ ବୋଲି ଶାସ୍ତ୍ରୀ କହିଛନ୍ତି । କାହିଁକି ନା, ଧୋନୀ ଆଜି ବି ଫିଟ୍ ଅଛନ୍ତି, ଏବଂ ଚମତ୍କାର କିପିଂ କରୁଛନ୍ତି । ତେଣୁ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସେ କିପିଂ କଲେ ଭାରତ  ଏହାର ଲାଭ ପାଇବ ବୋଲି ଶାସ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଘୋଷିତ ହୋଇଥିବା ଦଳରେ ୱିକେଟ୍ କିପର ଭାବେ କେ ଏସ ଭରତ ରହିଛନ୍ତି । ତାଙ୍କ ସହିତ କେ ଏଲ ରାହୁଲ ମଧ୍ୟ ୱିକେଟ୍ କିପିଂ କରିବାକୁ ସକ୍ଷମ ।

Related posts

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ରେ ରୌପ୍ୟ ପଦକ

Odisha Sports Bureau

ଡାକ୍ତରଙ୍କ ପାହାଡ଼ଚଢ଼ା ନିଶା: ଏଲବ୍ରସ୍‌ ଜିତିଲେ ଆଦିତ୍ୟ, ଏଭରେଷ୍ଟ୍ ଆଗାମୀ ଲକ୍ଷ୍ୟ

Odisha Sports Bureau

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Odisha Sports Bureau