Uncategorized

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ

 

ଆସନ୍ତା ଜୁନ୍ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ଭିତରେ  ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଏହି ମ୍ୟାଚ୍  ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ତେବେ ଏହି ମ୍ୟାଚ୍ ପାଇଁ ବିସିସିଆଇ  ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିସାରିଛି । ହେଲେ ଏହାରି ଭିତରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ । ରିର୍ଟାୟରମେଣ୍ଟ ନିଷ୍ପତ୍ତିକୁ ଫେରାଇ ନେଇ ଧୋନୀ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଖେଳନ୍ତୁ ବୋଲି ଶାସ୍ତ୍ରୀ କହିଛନ୍ତି । କାହିଁକି ନା, ଧୋନୀ ଆଜି ବି ଫିଟ୍ ଅଛନ୍ତି, ଏବଂ ଚମତ୍କାର କିପିଂ କରୁଛନ୍ତି । ତେଣୁ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସେ କିପିଂ କଲେ ଭାରତ  ଏହାର ଲାଭ ପାଇବ ବୋଲି ଶାସ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଘୋଷିତ ହୋଇଥିବା ଦଳରେ ୱିକେଟ୍ କିପର ଭାବେ କେ ଏସ ଭରତ ରହିଛନ୍ତି । ତାଙ୍କ ସହିତ କେ ଏଲ ରାହୁଲ ମଧ୍ୟ ୱିକେଟ୍ କିପିଂ କରିବାକୁ ସକ୍ଷମ ।

Related posts

ମନ୍ କି ବାତରେ ଓଡିଆ ଖେଳାଳିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ

Odisha Sports Bureau

କ୍ରୀଡାବିତ କିଶୋର ଜେନାଙ୍କ ଭିସା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ନୀରୋଜ ଚୋପ୍ରା

Odisha Sports Bureau