Mrathon

୪୦୦ ମିଟର ହଡଲ୍ସରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ବାଲେଶ୍ୱରର ବାପ

ଭୁବନେଶ୍ୱର: ଓଡିଶା ପାଇଁ ଗୌରବ ଅଣିଛନ୍ତି ବାପି ହାଁସଦା । ୪୦୦ ମିଟର ହଡଲ୍ସରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ବାଲେଶ୍ୱରର ବାପି । ଉଜବେକିସ୍ତାନରେ ଚମକିଲେ ଓଡିଆ ଧାବକ । ପଦକ ଜିିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲେଶ୍ୱ।। ବାପି ହାଁସଦା । ଉଜବେକିସ୍ତାନ ରେ ଚାଲିଥ ବଥିବା ପଞ୍ଚମ ଯୁବ ଏସିଆନ ଆଥଲେଟିକ ଚମ୍ପିଆନସିପରେ ପୌପ୍ୟ ପଦକ ଜିତିଛନ୍ତି ବାପି । ସେ ୪୦୦ ମିଟର ହଡଲ୍ସରେ ୫୧.୩୮ ସେକେଣ୍ଡ ସହ ଦ୍ୱତୀୟ ସ୍ଥାନରେ ରହିଥିଲେ ।ଦେଶର ପ୍ରଥମ ଆଥଲେଟ ଭାବେ ବାପି ଯୁବ ଏସିଆନ ଚମ୍ପିଅନସିପରେ ୪୦୦ ମିଟର ହର୍ଡଲ୍ସରେ ରୌପ୍ୟ ଜିତିଛନ୍ତି । ଏସୀୟ ପଦକ ସଫଳତା ପାଇଁ ବାପିଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା ଆଉ ଜଣେ ଆଥ୍ଲେଟ୍ ରିୟାନ ବାସା ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରିୟାନ, ଅଭୟ, ଚରଣ ଓ ନଭପ୍ରୀତଙ୍କୁ ନେଇ ଗଠିତ ଭାରତୀୟ ମିଡ୍ଲେ ରିଲେ ଦଳ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲା।

Related posts

ଅଶୋକ ଦଣ୍ଡସେନାଙ୍କୁ ସ୍ୱର୍ଣ୍ଣ ଏବଂ ସୁସ୍ମିତା ଟିଗାଙ୍କୁ ରୌପ୍ୟ ପଦକ

୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ରିଲେ ଦଳକୁ ସ୍ୱର୍ଣ୍ଣ

ନିଜ ରେକର୍ଡ ଭାଙ୍ଗି ଦୀପ୍ତିଙ୍କ ବିଶ୍ୱରେକର୍ଡ

Odisha Sports Bureau