Cricket

ବର୍ଷାପାଇଁ ସ୍ଥଗିତ ରହିଲା ମ୍ୟାଚ

ଆଜିର ଆଇପିଏଲ ମ୍ୟାଚରେ ଅଟଲ ବିହାରୀ ବାଜପାଇ ଷ୍ଟାଡିୟମରେ ଚେନ୍ନାଇ ଓ ଲକ୍ଷ୍ନୌ  ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହେଉଛି । ଯେଉଁଠାରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିସ୍ପତି ନେିଇଥିଲା । ଲକ୍ଷ୍ନୌ  ଏବେଯାଏ ୧୯ ଓଭରରେ ୧୨୫ରନ କରିଥିବା ବେଳେ ବାର୍ଷା ପାଇଁ ମଞାଚ ସ୍ଥଗିତ ରହିଛି । ଆଜିର ମ୍ୟାଚରୁ ଲକ୍ଷ୍ନୌ  ଅଧିନାୟକ କେ ଏଲ ରାହୁଲ ବାଦ ପଡିଛନ୍ତି । ଲକ୍ଷ୍ନୌ  ଓ ବ୍ୟାଙ୍ଗଲୋର ରବିବାରେ ହୋଇଥିବା ମ୍ୟାଚରେ ଆରସିବି ଜିତି ଥିଲା । ଆରସିବି ଜିତିବା ପରେ ବିରାଟ ଓ ଗୌତମଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା ।
ସେହିଭଳି ରବିବାର ଚେନ୍ନାଇ ଓ ପଞ୍ଜାବ ମ୍ୟାଚ ହୋଇଥିଲା ।ଚେନ୍ନାଇ ପ୍ରଥମେ ବ୍ୟାଟିଙ୍ଗ କରି ୪ ୱିକେଟରେ ୨୦୦ ରନ କରି ପଞ୍ଜାବକୁ ଟାର୍ଗେଟ ଦେଇଥିଲା । ପଞ୍ଜାବ ୨୦୧ ରନ କରି ଚେନ୍ନାଇକୁ ହରାଇଥିଲା । ପଏଣ୍ଟ ଟେବୁଲରେ ଚେନ୍ନାଇ ସୁପର କିଙ୍ଗ ୪ନମ୍ବରରେ ଥିବା ବେଳେ ପଞ୍ଜାବ କିଙ୍ଗସ ୬ ନମ୍ବରରେ ରହିଛି ।

Related posts

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ

Odisha Sports Bureau

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା

Odisha Sports Bureau

CSKର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି ମହେନ୍ଦ୍ର ସିଂହ ଧୋନି…