Cricket

କୋଲକାତା ଜିତିଲା ଗତ କାଲି ମ୍ୟାଚରେ

ହାଇଦ୍ରାବାଦ: ଗତ କାଲିର ମ୍ୟାଚରେ ହାଇଦ୍ରାବାଦକୁ ୫ ରନ୍ରେ ପରାସ୍ତ କରିଛି କୋଲକାତା ।କୋଲକାତା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।ଦଳ ମାତ୍ର ୩୫ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ନୀତୀଶ ରାଣା ଓ ରିଙ୍କୁ ସିଂ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ୟ୍ୟୟରୁ ଉଦ୍ଧାର କରିଥିଲେ।ନୀତୀଶ ୪୨ରନ ଓ ରିଙ୍କୁ ୪୬ରନ କରିଥିଲେ । କେବଳ ଆନ୍ଦ୍ରେ ରସେଲ ୨୪ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୧ରନ କରିଥିଲା । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୭୨ ରନ୍ର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୮ ୱିକେଟ ହରାଇ ୧୬୬ ରନ୍ କରି ପରାସ୍ତ ହୋଇଛି । କୋଲକାତା ପକ୍ଷରୁ ବିଭବ ଆରୋରା, ଶାର୍ଦ୍ଦୁଲ ଠାକୁର ୨-୨ ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ଆଣ୍ଡ୍ରେ ରସେଲ, ହରସିତ୍ ରାଣା ୧-୧ ୱିକେଟ ନେଇ କୋଲକାତାକୁ ବିଜୟ ଦେଇଛନ୍ତି ।

Related posts

ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିଲେ ଅୟର

Odisha Sports Bureau

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

Odisha Sports Bureau

ଭାରତ-ଇଂଲଣ୍ଡ ୫ମ ଟି-୨୦ରେ ଭାରତର ଏକ ବଡ଼ ବିଜୟ

Odisha Sports Bureau