More Sports Wrestling

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ପାଇଁ ହେବାକୁ ଥିବା ଟ୍ରାଏଲ୍ସରେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧାମାନେ ଭାଗ ନେଇପାରିବେ। ଭାରତର ପ୍ରତ୍ୟେକ ଯୋଗ୍ୟ କ୍ରୀଡ଼ାବିତକୁ ଟ୍ରାଏଲ୍ସରେ ଭାଗ ନେବାକୁ ଆଡ୍-ହକ୍ ସମିତି ସଦସ୍ୟ ଭୂପୀନ୍ଦର ସିଂହ ବାଜୱା ପ୍ରସ୍ତାବ ରଖିଛନ୍ତି। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍-ହକ୍ ସମିତି ଏହି ଅନୁମତି ଦେବାକୁ ଯାଉଛି। ଯାହାଫଳରେ ଯନ୍ତରମନ୍ତରରେ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ମଧ୍ୟ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ଭଳି ଆଶା ରହିଛି।
ଗତ ବର୍ଷ ଡୠଓ ପକ୍ଷରୁ ଖେଳାଳି ଚୟନ ପାଇଁ ନୂଆ ନୀତି କରାଯାଇଥିଲା। ଯେଉଁମାନେ ଜାତୀୟ ପ୍ରତିଯୋଗିତା, ଜାତୀୟ ରାଙ୍କିଙ୍ଗ ପ୍ରତିଯୋଗିତା, ଫେଡେରେସନ୍ କପ୍ କିମ୍ବା ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଦକ ଜିତିଥିବେ, କେବଳ ସେମାନେ ଟ୍ରାଏଲ୍ସରେ ଭାଗ ନେଇପାରିବେ।
ଅନ୍ୟପକ୍ଷରେ ଯେଉଁମାନେ ପୂର୍ବରୁ ପଦକ ଜିତିଥିବେ କେବଳ ସେମାନଙ୍କୁ ଟ୍ରାଏଲ୍ସରେ ସୁଯୋଗ ଦେବାକୁ ରେଫରିମାନେ ପରାମର୍ଶ ଦେଇଛନ୍ତି। ଓପନ୍ ଟ୍ରାଏଲ୍ସ ହେଲେ ଅନାବଶ୍ୟକ କ୍ରୀଡ଼ାବିତ୍ଙ୍କୁ ରାଜ୍ୟ ସଂଘମାନେ ପଠାଇବାକୁ ଚେଷ୍ଟା କରିପାରନ୍ତି। ଯେଉଁଥିପାଇଁ ଓପନ ଟ୍ରାଏଲ୍ସ ଶେଷ ହେବା ପାଇଁ ସମୟ ଲାଗିପାରେ । ତେଣୁ ଟ୍ରାଏଲ୍ସରେ ଅଂଶଗ୍ରହଣ ଉପରେ କୌଣସି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ହୋଇପାରିନାହିଁ। ନୂଆ ପ୍ରସ୍ତାବ ଅନୁସାରେ ଆନ୍ଦୋଳନରେ ବସିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ଟ୍ରାଏଲ୍ସରେ ଅଂଶଗ୍ରହଣ କରିପାରିବେ। କିନ୍ତୁ ଡବ୍ଲୁଏଫ୍ଆଇ ପକ୍ଷରୁ ଆଇଓଏକୁ ଦିଆଯାଇଥିବା ଏକ ଲମ୍ବା ତାଲିକାରେ ସାକ୍ଷୀ ମଲ୍ଲିକଙ୍କ ନାମ ନଥିବାରୁ ସେ ଟ୍ରାଏଲ୍ସରେ ସୁଯୋଗ ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Related posts

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

Odisha Sports Bureau

ୱାଲର୍ଡ ଆଥଲେଟିକ୍ ଚମ୍ପିଆନସିପ୍ରେ ସପ୍ତମ ସ୍ଥାନରେ ରହିଲା ଭାରତୀୟ ରିଲେ ଟିମ୍

Odisha Sports Bureau

ଏସୀୟ ବାଳିକା ରଗବି ସେଭେନ୍ସ ପ୍ରତିଯୋଗିତା, ଚୀନ ପିନ୍ଧିଲା ବିଜୟୀ ମୁକୂଟ ଭାରତ ଚତୁର୍ଥ ସ୍ଥାନରେ

Odisha Sports Bureau