Cricket

ବିରାଟ କହିଲେ ମତେ ଏବେ ମ୍ୟାମ୍ ଡାକ

ମୁମ୍ବାଇ: କ୍ରିକେଟର ସେଲିବ୍ରିଟି ଯୋଡି କଥା ଆସିଲେ ପ୍ରଥମେ ମନକୁ ଆସେ ବିରାଟ ଅନୁଷ୍କା(ବିରୁଷ୍କା)ଙ୍କ ଯୋଡି । ପତ୍ନୀ ଅନୁଷ୍କା ଶର୍ମାଙ୍କ ମଧୁର ସଂପର୍କ ବିଷୟରେ କାହାକୁ ବି ଅଛପା ନାହିଁ। ସେମାନଙ୍କ ସଂପର୍କର ନିବିଡ଼ତା ବେଳେ ବେଳେ ବାହାରକୁ ବି ଦେଖାଯାଏ। ଦୁହେଁ ଦୁହିଁଙ୍କ ପାଇଁ ବେଶ୍ ଯତ୍ନଶୀଳ। ସେମାନଙ୍କ ପ୍ରେମ ସମ୍ପର୍କ କଥା କେଉଁଆଡେ ଅଛପା ନାହିଁ । ନିକଟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏହି ବିରୁଷ୍କା ଯୋଡି।ନିକଟରେ ବିରାଟ ଓ ଅନୁଷ୍କାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍ ସାମ୍ନାରେ ଦେଖିବାକୁ ମିଳିଥିଲା। ସେମାନଙ୍କୁ ରେଷ୍ଟୁରାଣ୍ଟ୍ ବାହାରେ ଦେଖିବା ମାତ୍ରେ ଫଟୋଗ୍ରାଫରମାନେ ଫଟୋ ଉଠାଇବାର ଉଦ୍ୟମ କରିଥିଲେ।ହେଲେ ସେହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା। ଫଟୋଗ୍ରାଫର୍ମାନେ ଭୁଲ୍ବଶତଃ ଅନୁଷ୍କାଙ୍କୁ ମ୍ୟାମ୍ ବଦଳରେ ସାର୍ କହି ସମ୍ବୋଧନ କରିଥିଲେ। ଏହି ସମୟର ଭିଡିଓ ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ବିରାଟ ଓ ଅନୁଷ୍କା ଫଟୋଗ୍ରାଫର୍ଙ୍କୁ ଫଟୋ ପୋଜ ଦେଉଛନ୍ତି।ଫଟୋଗ୍ରାଫର ସେ ଦୁହିଁଙ୍କୁ ବିରାଟ ସାର୍ ଓ ଅନୁଷ୍କା ମ୍ୟାମ୍ କହି ପୋଜ୍ ଦେବାକୁ କହୁଛନ୍ତି। ଏହାରି ମଧ୍ୟରେ ଜଣେ ଫଟୋଗ୍ରାଫର୍ ଭୁଲ୍ରେ ‘ଅନୁଷ୍କା ମ୍ୟାମ୍’ ବୋଲି କହି ଆସୁଥିବା ବେଳେ ପୁଣି କଥା ବଦଳାଇ ଦେଇଛନ୍ତି। ମାତ୍ର ତାହାକୁ ଧରି ପକାଇଛନ୍ତି ବିରାଟ। ତାପରେ ‘ବିରାଟ ମ୍ୟାମ୍’ ବୋଲି ଡାକିବାକୁ ସେ ହସିକରି ଫଟୋଗ୍ରାଫର୍ଙ୍କୁ କହୁଛନ୍ତି।

Related posts

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କ ଉପରେ ୧୨ ଲକ୍ଷର ଜୋରିମାନା

Odisha Sports Bureau

ଚର୍ଚ୍ଚାରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau

ବଦଳିଲା ଆଇପିଏଲ ରୁଲ

Odisha Sports Bureau