Hockey

ଜାତୀୟ ବାଳିକା ହକି ସେମିରେ ଓଡ଼ିଶା

Odisha in National Girls Hockey Semi

ରାଉରକେଲା : ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଚାଲିଥିବା ଉପକନିଷ୍ଠ ମହିଳା ଜାତୀୟ ବାଳିକା ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଗୁରୁବାର ଚୂଡ଼ାନ୍ତ ହୋଇଛି। ଗୁରୁବାର ୪ଟି ଯାକ କ୍ବାର୍ଟର ଫାଇନାଲରେ ନିଜ ନିଜର ବିଜୟ ସହ ଓଡ଼ିଶା, ହରିୟାଣା, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ସେମିଫାଇନାଲ ପ୍ରବେଶ କରିଛନ୍ତି। ଶୁକ୍ରବାର ବିଶ୍ରାମ ଦିବସ ପରେ ଶନିବାର ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଅପରାହ୍ନ ୫ଟାରେ ପ୍ରଥମ ଏବଂ ୭ଟାରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ।

ଜାତୀୟ ବାଳିକା ହକି ସେମିରେ ଓଡ଼ିଶା

ଗୁରୁବାର ମଧ୍ୟପ୍ରଦେଶ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ମ୍ୟାଚ୍‌ରେ ଓଡ଼ିଶା ଦମ୍‌ଦାର ବିଜୟ ହାସଲ କରିଛି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ମଧ୍ୟପ୍ରଦେଶର କାଜଲ ଏକ ଗୋଲ୍‌ ଦେଇ ଦଳକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର ଶେଷସୁଦ୍ଧା ସ୍କୋର୍‌ରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ତୃତୀୟ କ୍ବାର୍ଟରରେ ଓଡ଼ିଶା ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ୩୫ ମିନିଟ୍‌ରେ ଦଳ ପାଇଥିବା ପେନାଲ୍‌ଟି କର୍ଣ୍ଣରକୁ କରୁଣା ମିଞ୍ଜ ସଫଳତାର ସହ ଗୋଲ୍‌ରେ ପରିବର୍ତ୍ତନ କରି ସ୍କୋର୍‌କୁ ୧-୧ରେ ବରାବର କରିଥିଲେ। ୪୨ତମ ମିନିଟ୍‌ରେ ଓଡ଼ିଶା ଆଉ ଏକ ପେନାଲ୍‌ଟି କର୍ଣ୍ଣର ସୁଯୋଗ ପାଇଥିବା ବେଳେ ସୋନାଲି ଏକ୍କା ଏହାକୁ ଗୋଲ୍‌ରେ ପରିବର୍ତ୍ତନ କରି ଦଳକୁ ୨-୧ର ଅଗ୍ରଣୀ ଦେଇଥିଲେ। ଶେଷ କ୍ବାର୍ଟରରେ ଉଭୟ ଦଳ ଗୋଲ୍‌ ଦେବାକୁ ପ୍ରୟାସ କରିଥିଲେ ମଧ୍ୟ କେହି ସଫଳ ହୋଇନଥିଲେ। ଫଳରେ ଓଡ଼ିଶା ୨-୧ ଗୋଲ୍‌ରେ ମ୍ୟାଚ୍‌ ଜିତି ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛି।

Related posts

ବିଜୟ ଲକ୍ଷ୍ୟରେ ହରମନପ୍ରୀତ ବାହିନୀ

Odisha Sports Bureau

ଆଜିଠୁ କ୍ବାର୍ଟର ଫାଇନାଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ

Odisha Sports Bureau

ମଣିପୁର ହକି ଦଳର ସଂଘର୍ଷ