Cricket

ବଡ଼ ବିଜୟ ସହ ବାଙ୍ଗାଲୋରର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଜୟପୁର : ରାଜସ୍ଥାନ ରୟାଲ୍ସ ନିଜ ଘରୋଇ ପଡ଼ିଆ ସବାଇ ମାନସିଂ ଷ୍ଟାଡିୟମରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ଏହି ମ୍ୟାଚରେ ବାଙ୍ଗାଲୋର ଜିତିବା ପରେ ନିଜ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି । ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ଫାପ୍ ଡୁ ପ୍ଲେସିସ୍ଙ୍କ ଦଳ ୧୧୨ ରନ୍ର ବଡ଼ ବିଜୟ ପାଇଥିଲା। ଆର୍ସିବି ୧୭୧ ରନ୍ କରିବା ପରେ ରୟାଲ୍ସ ପାଳିକୁ ମାତ୍ର ୫୯ ରନ୍ରେ ଶେଷ କରିଦେଇଥିଲା। ଆର୍ସିବି ଦ୍ବାଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ପଞ୍ଚମକୁ ଉଠିଛି। ଅନ୍ୟପକ୍ଷରେ କର ବା ମର ମ୍ୟାଚ୍ରେ ହାରିଯିବା ଫଳରେ ସଂଜୁ ସାମସନଙ୍କ ଦଳ ସପ୍ତମ ପରାଜୟ ସହ ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି। ଏହି ଦଳ ହାତରେ ଥିବା ଏକମାତ୍ର ମ୍ୟାଚ୍ରେ ବିଜୟ ସହିତ ଅନ୍ୟ ଦଳର ଫଳାଫଳ ନିଜ ସପକ୍ଷରେ ରହିଲେ ପ୍ରଥମ ସଂସ୍କରଣ ବିଜେତା ରୟାଲ୍ସର କ୍ଷୀଣ ସମ୍ଭାବନା ରହିବ।

Related posts

ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଉପରେ ରାଗିଗଲେ ମହମ୍ମଦ ଶାମି

Odisha Sports Bureau

ସଚିନଙ୍କ ରେକର୍ଡ଼ ଭାଙ୍ଗିପାରନ୍ତି ରୋହିତ

ପୁଣି ଜଣେ ଖେଳାଳୀ ଆହତ

Odisha Sports Bureau