Cricket

ପ୍ଲେ ଅଫ୍ ରେସରୁ ଦିଲ୍ଳୀ ଆଉଟ୍

ଆଇପିଏଲର ଚଳିତ ସଂସ୍କରଣରେ ୧୨ଟି ମ୍ୟାଚରୁ ୮ଟିରେ ପରାଜୟ ହେବା ପରେ ପ୍ଲେ ଅଫ୍ ରେସରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ମ୍ୟାଚରେ ପଞ୍ଜାବ କିଙ୍ଗସ ଠାରୁ ୩୧ ରନରେ ହାରି ପ୍ଲେ ଅଫ୍ ରେସରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୬୮ ରନ୍ର ଟାର୍ଗେଟ୍କୁ ପିଛା କରି ୮ ୱିକେଟ୍ ହରାଇ ୧୩୬ ରନ୍ ସଂଗ୍ରହ କରିପାରିଥିଲା । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୧୬୭ ରନ୍ କରିଥିଲା । ପଞ୍ଜାବ ପକ୍ଷରୁ ପ୍ରଭସିମ୍ରନ ସିଂହ ପ୍ରଥମ ଆଇପିଏଲ୍ ଶତକ ହାସଲ କରିଥିଲେ । ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଭସିମ୍ରନଙ୍କ ଶତକ ସହାୟତାରେ ୧୬୭/୭ ସ୍କୋର କରିଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୬/୮ ରନ୍ କରିପାରିଥିଲା । ଏହାଫଳରେ ଦିଲ୍ଲୀ ଅଷ୍ଟମ ପରାଜୟ ବରଣ କରିବା ସହ ଚଳିତ ଆଇପିଏଲ୍ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ପ୍ରଭସିମ୍ରନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି ।

Related posts

ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଲା ଇଣ୍ଡିଆ

Odisha Sports Bureau

ରୋହିତ:ଦିନିକିଆ କ୍ରିକେଟରେ ୮ ହଜାର ରନ୍ ପୂରଣ କଲେ

Odisha Sports Bureau

ଖୁଲାସା କଲେ ଅଶ୍ୱିନୀ;କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ

Odisha Sports Bureau