Cricket

ପ୍ଲେ ଅଫ୍ ରେସରୁ ଦିଲ୍ଳୀ ଆଉଟ୍

ଆଇପିଏଲର ଚଳିତ ସଂସ୍କରଣରେ ୧୨ଟି ମ୍ୟାଚରୁ ୮ଟିରେ ପରାଜୟ ହେବା ପରେ ପ୍ଲେ ଅଫ୍ ରେସରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ମ୍ୟାଚରେ ପଞ୍ଜାବ କିଙ୍ଗସ ଠାରୁ ୩୧ ରନରେ ହାରି ପ୍ଲେ ଅଫ୍ ରେସରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୬୮ ରନ୍ର ଟାର୍ଗେଟ୍କୁ ପିଛା କରି ୮ ୱିକେଟ୍ ହରାଇ ୧୩୬ ରନ୍ ସଂଗ୍ରହ କରିପାରିଥିଲା । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୧୬୭ ରନ୍ କରିଥିଲା । ପଞ୍ଜାବ ପକ୍ଷରୁ ପ୍ରଭସିମ୍ରନ ସିଂହ ପ୍ରଥମ ଆଇପିଏଲ୍ ଶତକ ହାସଲ କରିଥିଲେ । ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଭସିମ୍ରନଙ୍କ ଶତକ ସହାୟତାରେ ୧୬୭/୭ ସ୍କୋର କରିଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୬/୮ ରନ୍ କରିପାରିଥିଲା । ଏହାଫଳରେ ଦିଲ୍ଲୀ ଅଷ୍ଟମ ପରାଜୟ ବରଣ କରିବା ସହ ଚଳିତ ଆଇପିଏଲ୍ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ପ୍ରଭସିମ୍ରନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି ।

Related posts

କୋଲକାତା ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟର 5ଟି ପ୍ରମୁଖ କାରଣ

Odisha Sports Bureau

କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

Odisha Sports Bureau

ବିଶ୍ୱକପ ହାରିବା ପରେ ଭାରତୀୟ ଖେଳାଳିଙ୍କ ବାର୍ଷିକ ଆୟ ଲିଷ୍ଟ