Cricket

ବିରାଟଙ୍କ ଦମଦାର ସତକପରେ ପତ୍ନୀଙ୍କୁ ଭିଡିଓ କଲ

ଆଇପିଏଲ୍ରେ ବିରାଟ କୋହଲିଙ୍କ ଦମ୍ଦାର ଶତକ । ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ବିରାଟ କୋହଲି ଶତକ ମାରିବା ପରେ ଅନୁଷ୍କାଙ୍କୁ ଭିଡିଓ କଲ୍ କରିଥିଲେ । ବିରାଟଙ୍କ ଇନିଂସ ପରେ ପତ୍ନୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସା କରିଛନ୍ତି । ଅନୁଷ୍କା ବିରାଟଙ୍କ ଶତକ ପରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରି ଲେଖିଛନ୍ତି ।
ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବିରାଟ ଏବଂ ଫାଫ ଡୁପ୍ଲେସିସଙ୍କ ବ୍ୟାଟିଂ ଆଗରେ ହାର ମାନିଛନ୍ତି ହାଇଦ୍ରାବାଦର ବୋଲର । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ଲେ ଅଫ ରେସରେ ଆଗୁଆ ରହିଛି । ୧୮୭ ରନ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିବା ଆରସିବି ବିରାଟଙ୍କ ଦମଦାର ବ୍ୟାଟିଂ ଯୋଗୁଁ ୧୯.୨ ଓଭରରେ ମାତ୍ର ୨ ଓ୍ଵିକେଟ ହରାଇ ବିଜୟ ପାଇଥିଲା । ବିରାଟଙ୍କ ଶତକ ଯୋଗୁଁ ଆରସିବି ମ୍ୟାଚକୁ ସହଜରେ ଜିତି ନେଇଥିଲା । ଏହା ଆଇପିଏଲରେ ବିରାଟଙ୍କ ଷଷ୍ଠ ଶତକ ଦମ୍ଦାର ଇନିଂସ ପାଇଁ ବିରାଟଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଆୱାର୍ଡ ମିଳିଛି ।ଏହି ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

Related posts

ଗାଙ୍ଗୁଲି ଅସନ୍ତୋଷ

ରାଜସ୍ଥାନକୁ ହରାଇଲା ଦିଲ୍ଲୀ

Odisha Sports Bureau

ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

Odisha Sports Bureau