Golf

ଓଡ଼ିଆ ଝିଅ କାଶିକା ମିଶ୍ର ଏବେ ନିଜ ଗଲ୍ଫ କ୍ୟାରିୟରେ ବଡ଼ ସଫଳତା

ଭୁବନେଶ୍ୱର:ଓଡ଼ିଆ ଝିଅ କାଶିକା ମିଶ୍ର ଏବେ ନିଜ ଗଲ୍ଫ କ୍ୟାରିୟରେ   ବଡ଼ ସଫଳତା ପାଇଛନ୍ତି। ଦିଲ୍ଲୀରେ ନିଜ ଖେଳ କ୍ୟାରିଅର ଗଢ଼ିଥିବା ୧୬ ବର୍ଷୀୟା କାଶିକା ଆମୱେ ନ୍ୟୁଟ୍ରିଲାଇଫ୍ ଗଲ୍ଫ ଟୁର୍-ଆଇଟିସି କ୍ଲାସିକ୍ ଇଭେଣ୍ଟରେ ବିଜୟିନୀ ହେବା ସହିତ ବିଶ୍ବ ଆମେଚର୍ ଗଲ୍ଫ ମାନ୍ୟତାରେ ସ୍ଥାନ ପାଇଛନ୍ତି। ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ବିଶ୍ବ ମାନ୍ୟତା ପାଇଥିବା କାଶିକା ଏତି ସହିତ ଚଳିତ ବର୍ଷ ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହେବାକୁ ଥିବା ଏଫସିଜି କାଲାୱେ ୱାର୍ଲଡ ବିଶ୍ବ ଚାମ୍ପିଅନସିପ୍ ଜୁନିୟର୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗଞ୍ଜାମ ଜିଲ୍ଳା ଧରାକୋଟ ନିକଟସ୍ଥ ଏକ ଗାଁର ବ୍ରିଗେଡିୟର୍ ଟିକେ ମିଶ୍ର ଓ କିରଣଙ୍କ କନ୍ୟା କାଶିକା ପୂର୍ବରୁ ନାଚ ଓ ରାଇଡିଂରେ ରୁଚି ରଖିଥିଲେ ମଧ୍ୟ ପିତାଙ୍କ ଗଲ୍ଫ ଖେଳରେ ପ୍ରଭାବିତ ହୋଇ ୨୦୧୯ରୁ ଏଥିରେ ସାମିଲ ହୋଇଥିଲେ।

Related posts

ବନବିଭାଗ ହାତରେ ଗଲଫ ଖେଳାଳି

Odisha Sports Bureau

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ

Odisha Sports Bureau

ଶିବ ଏବଂ ଚିକ୍କାରଙ୍ଗପ୍ପା ସଂୟୁକ୍ତା ଦ୍ୱିତୀୟ ସ୍ଥାନରେ, କିମ୍ ଜିତିଲେ ଟାଇଟଲ୍

Odisha Sports Bureau