Cricket

ଶୁଭମନଙ୍କ ଶତକ ପରେ ସଚିନଙ୍କ ଖାସ ମେସେଜ

ଗତ କାଲି ମ୍ୟାଚପରେ ଶୁଭମାନଙ୍କ ଧମାକାଦାର ଶତକ ପରେ ହାର ମାନିଛ ବ୍ୟାଙ୍ଗଲୋର । ଶୁବମନ ଗିଲ୍ ୫୨ ବଲରେ ୧୦୪ ଯୋଗୁଁ ଆରସିବି ୬ଓ୍ଵିକେଟରେ ହାରି ପ୍ଲେ ଅଫରୁ ବାଦ୍ ପଡିଛି । । ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ସଚିନ ତେନ୍ଦୁଲକର ମଜାଳିଆ ଅନ୍ଦାଜରେ ପ୍ରଶଂସା କରିଛନ୍ତି ।
ମୁମ୍ବାଇ ପ୍ଲେ ଅଫରେ ସ୍ଥାନ ପାଇବା ପରେ ସଚିନ ଟ୍ଵିଟ୍ କରି ଲେଖିଛନ୍ତି, କେମରୁନ ଗ୍ରୀନ ଏବଂ ଶୁବମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ବ୍ୟାଟିଂ କରିଛନ୍ତି । ବିରାଟ କୋହଲି ବ୍ୟାକ୍ ଟୁ ବ୍ୟାକ୍ ଶତକ ମାରିଛନ୍ତି । ମୁମ୍ବାଇକୁ ପ୍ଲେ ଅଫରେ ଏଣ୍ଟ୍ରି ଯୋଗୁଁ ମୁଁ ବହୁତ ଖୁସି ।

କେବଳ ସଚିନ ନୁହେଁ ସୌରଭ ଗାଙ୍ଗୁଲି ମଧ୍ୟ ଟ୍ଵିଟ୍ କରି ଶୁବମନଙ୍କ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଏ ଦେଶ କେଉଁଭଳି ପ୍ରତିଭା ସୃଷ୍ଟି କରିଛିଟ୍ଟ. ଓାଃ ଶୁବମନଟ୍ଟ । ସେହିଭଳି ବୀରେନ୍ଦ୍ର ସେହ୍ଵାଗ ମଧ୍ୟ ଟ୍ଵିଟ୍ କରି ଶୁବମନଙ୍କୁ ପ୍ରଶଂସା କରିଛନ୍ତି ।
ଚଳିତ ଆଇପିଏଲ୍ ସିଜିନରେ ଶୁବମନ ଗିଲଙ୍କ ଭଲ ପ୍ରଦର୍ଶନ ରହିଛି । ଏପର୍ୟ୍ୟନ୍ତ ୧୪ଟି ମ୍ୟାଚରେ ୬୮୦ ରନ୍ କରିସାରିଛନ୍ତି ।

 

Related posts

ଦିନିକିଆ ବିଶ୍ୱକପ୍‌: ଚାମ୍ପିଅନ୍‌ ଦଳ ଟ୍ରଫି ସମେତ ୩୩.୧୮ କୋଟି ଟଙ୍କା ପୁରସ୍କାର ରାଶି

Odisha Sports Bureau

ଶିଖର-ଆୟେଶାଙ୍କ ବିବାହ ଉଚ୍ଛେଦ

Odisha Sports Bureau

ରାଜ୍ୟର କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର

Odisha Sports Bureau