Cricket

WTC ଫାଇନାଲରେ ଭାରତୀୟ ଟିମର ହେଲା ପରିବର୍ତ୍ତନ

ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଖେଳାଯିବ । ୭ ଜୁନରୁ ୧୧ ଜୁନ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ଉଭୟ ଟିମ୍ ନିଜ ନିଜର ଖେଳାଳିଙ୍କ ଲିଷ୍ଟ ଆଇସିସିକୁ ପ୍ରଦାନ କରିଛି । ଆଇସିସିକୁ ଟିମ୍ ଇଣ୍ଡିଆ ୧୮ ଜଣ ଖେଳାଳିଙ୍କ ଲିଷ୍ଟ ଦେଇଛି । ସେହିପରି ଅଷ୍ଟ୍ରେଲିଆ ୧୭ ଜଣ ଖେଳାଳିଙ୍କ ଲିଷ୍ଟ ଦେଇଛି ।
WTC ଫାଇନାଲ ପାଇଁ ଟିମ ଇଣ୍ଡିଆର ଘୋଷଣା ପ୍ରଥମେ ହୋଇଥିଲା । କିନ୍ତୁ ଭାରତୀୟ ଟିମର ଚୟନକର୍ତ୍ତା ଆଇସିସିକୁ ନିଜ ଟିମ ଲିଷ୍ଟ ଦେବା ପୂର୍ବରୁ ପୁଣି ଏକ ପରିବର୍ତ୍ତନ କରିଛି । ଭାରତୀୟ ଟିମରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ଋତୁରାଜ ଗାଏକ୍ୱାଡ ରହିଥିବା ବେଳେ ତାଙ୍କ ସ୍ଥାନରେ ଯଶସ୍ୱୀ ଜୟସଓ୍ଵାଲଙ୍କୁ ଇଂଲଣ୍ଡ ପଠାଯାଇଛି ।
ସେହିପରି ଅଷ୍ଟ୍ରେଲିଆ ଟିମ ଅଲରାଉଣ୍ଡର ମିଚେଲ ମାର୍ଶ ଏବଂ ମେଟ ରେନେଶୋଙ୍କୁ ଟିମରେ ସ୍ଥାନ ଦେଇନି । ଦୁହେଁ ରିଜର୍ଭ ଖେଳାଳି ଭାବେ ସାମିଲ ହୋଇଛନ୍ତି । ପୂର୍ବରୁ ଏହି ଦୁହିଁଙ୍କୁ ୧୭ ଜଣିଆ ଟିମ ଚୟନରେ ସାମିଲ କରାଯାଇଥିଲା ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।
ଷ୍ଟାଣ୍ଡବାଏ ଖେଳାଳି: ଯଶସ୍ୱୀ ଜୟସଓ୍ଵାଲ, ମୁକେଶ କୁମାର, ସୂର୍ୟ୍ୟକୁମାର ଯାଦବ ।

 

Related posts

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau

ଭାରତ-ଇଂଲଣ୍ଡ ୫ମ ଟି-୨୦ରେ ଭାରତର ଏକ ବଡ଼ ବିଜୟ

Odisha Sports Bureau

କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ

Odisha Sports Bureau