Wrestling

ବ୍ରିଜଭୂଷଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତରରେ କୁସ୍ତିଯୋଦ୍ଧାମାନେ ଗତ ଏପ୍ରିଲ ୨୩ ତାରିଖରୁ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚଲାଇଥିଲେ। ସାକ୍ଷୀ ମଲ୍ଲିକ, ଭିନେଶ ଫୋଗତ, ବଜରଙ୍ଗ ପୁନିଆ ଓ ସଙ୍ଗୀତା ଫୋଗତଙ୍କ ଭଳି ଅନେକ ଅଲିମ୍ପିକ୍ ଓ ବିଶ୍ବ ଚାମ୍ପିଅନ୍ସିପ୍ ପଦକ ବିଜେତା ଡବ୍ଲୁଏଫ୍ଆଇ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫ ଦାବି ନେଇ ଧାରଣା ଦେଇଥିଲେ। ସେମାନେ ବ୍ରିଜଭୂଷଣଙ୍କ ନାମରେ ମହିଳା ଓ ନାବାଳିକାଙ୍କ ପ୍ରତି ଯୌନ ଶୋଷଣ ଅଭିଯୋଗ ଆଣି ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ବଢୁଥିବା ଦେଖି ବିଜେପି ହାଇକମାଣ୍ଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛନ୍ତି ଜ୍ଝ କୁସ୍ତିଯୋଦ୍ଧାମାନଙ୍କ ପ୍ରସଙ୍ଗରେ ଅନାବଶ୍ୟକ ବୟାନ ନ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ବ୍ରିଜଭୂଷଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ ବ୍ରିଜ ଭୂଷଣ ଆସନ୍ତା ଜୁନ୍ ୫ରେ ହେବାକୁ ଥିବା ଏକ ବିଶାଳ ରାଲିକୁ ବାତିଲ କରିଛନ୍ତି। ବାସ୍ତବରେ ବ୍ରିଜଭୂଷଣ ଆସନ୍ତା ଜୁନ୍ ୫ରେ ଅଯୋଧ୍ୟାରେ ଜନସଚେତନତା ରାଲି କରିବାକୁ ଆହ୍ୱାନ ଦେଇଥିଲେ ଜ୍ଝ ପୂର୍ବରୁ ବିଜେପି ସାଂସଦ କହିଥିଲେ ଯେ, ଏହି ରାଲିରେ ପ୍ରାୟ ୧୧ ଲକ୍ଷ ଲୋକ ଯୋଗ ଦେବେ ଜ୍ଝ କିନ୍ତୁ ଆଜି ଏକ ଫେସବୁକ ପୋଷ୍ଟ ଜରିଆରେ ସେ ରାଲି ରଦ୍ଦ କରିବାକୁ ଘୋଷଣା କରିଛନ୍ତି । ବ୍ରିଜ ଭୂଷଣ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ଆପଣଙ୍କ ସହଯୋଗରେ ମୁଁ ଗତ ୨୮ ବର୍ଷ ଧରି ଲୋକସଭାର ସଦସ୍ୟ ଭାବରେ କାର୍ୟ୍ୟ କରିଛି। ମୁଁ ସମସ୍ତ ଜାତି, ସମ୍ପ୍ରଦାୟ ଏବଂ ଧର୍ମର ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିଛି। ଏହି କାରଣରୁ ମୋର ରାଜନୈତିକ ବିରୋଧୀ ଏବଂ ସେମାନଙ୍କ ଦଳ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଆଉ ଏଥିପାଇଁ ଆସନ୍ତା ଜୁନ ୫ରେ ଅଯୋଧ୍ୟାରେ ଏକ ସନ୍ଥ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ବର୍ତ୍ତମାନ ପୁଲିସ ଏହି ଅଭିଯୋଗର ଅନୁସନ୍ଧାନ କରୁଥିବାରୁ ଏହି ରାଲିକୁ ସ୍ଥଗିତ ରଖାଯାଇଛି।

Related posts

ବିଜେପିର ପ୍ରଭାବଶାଳି ନେତା ବ୍ରିଜଭୂଷଣଙ୍କ ପାଖରେ ରହିଛ ୫୦ରୁ ଅଧିକ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ହୋଟେଲ

Odisha Sports Bureau

ଭିନେଶ ଓ ବଜରଙ୍ଗକୁ ଏସିଆଡ ଟିକେଟ୍

ବିଶ୍ବ କନିଷ୍ଠ ହ୍ବିଲ୍‌ଚେୟାର ଅସିଚାଳନାରେ ଭାଗନେବେ ପବିତ୍ର

Odisha Sports Bureau