Wrestling

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ବିଜେପିକୁ ଟର୍ଗେଟ୍ କଲେ ସତ୍ୟପାଲ ମଲ୍ଳିକ

ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଗୋଟିଏ ମାସରୁ ଅଧିକ ହେବ କୁସ୍ତିଯୋଦ୍ଧାମାନେ ଯୌନ ଉତ୍ପୀଡନର ଅଭିଯୋଗ ଆଣି ଦିଲ୍ଲୀରେ ଧାରଣା ଦେଇଛନ୍ତି । ତେବେ ଏହି ଆନ୍ଦୋଳନ ଏବେ ତୀବ୍ର ହେବାରେ ଲାଗିଛି । ଏହି କ୍ରମରେ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି କି ମେ’୨୮ ତାରିଖରେ ଦିଲ୍ଲୀ ପୋଲିସ ଯେଭଳି ଭାବେ ଆନ୍ଦୋଳନରତ ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ବର୍ବରୋଚିତ ଆକ୍ରମଣ କଲା ତାହା ଦେଖି ମୁଁ ବିଚଳିତ ହୋଇଗଲି ।

ସତ୍ୟପାଲ ମଲ୍ଲିକ ଏକ କାର୍ୟ୍ୟକ୍ରମରେ ବ୍ରିଜଭୂଷଣଙ୍କୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ବ୍ରିଜଭୂଷଣକୁ ହଟାଇବୁ ତା ପରେ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ୨୦୨୪ରେ ହଟାଇବୁ । ଏହାପରେ ସେ ରାଜସ୍ଥାନ ଯାଇ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି । ସତ୍ୟପାଲ ମଲ୍ଲିକ ଏତିକିରେ ଅଟକି ନାହାଁନ୍ତି ସେ ଆନ୍ଦୋଳନରତ ମହିଳା କୁସ୍ତିଯୋଦ୍ଧାଙ୍କୁ ନିବେଦନ କରିଛନ୍ତି କି, ‘ତୁମେମାନେ ଦିଲ୍ଲୀ ଛାଡି ଏବେ ରାଜସ୍ଥାନ ଚାଲିଆସ ଓ ଗାଁ ଗାଁରେ ବୁଲି ବିଜେପି ବିରୋଧରେ ପ୍ରଚାରକର । ଫଳରେ ୨୦୨୪ରେ ବିଜେପିକୁ ପରାସ୍ତ କରାଯାଇ ପାରିବ’ ।

Related posts

କଟକ ଇଣ୍ତୋର ଷ୍ଟାଡିମୟରେ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା

Odisha Sports Bureau

ଜାତୀୟ ଭାରୋତ୍ତୋଳନ ଶିବିର ଦୁଇ ମାସ ମୁମ୍ବାଇକୁ ସ୍ଥାନାନ୍ତର

Odisha Sports Bureau

ଭିନେଶ ଓ ବଜରଙ୍ଗକୁ ଏସିଆଡ ଟିକେଟ୍