Hockey

ଏଫଆଇଏଚ ପ୍ରୋ ଲିଗ୍; ଦ୍ୱିତୀୟ ମ୍ୟାଚରେ ବେଲଜିୟମଠୁ ପ୍ରତିଶୋଧ ନେଲା ଭାରତ

ଗ୍ରେଟ୍ ବ୍ରିଟେନ୍: ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଦ୍ବିତୀୟ ମୁହାଁମୁହିଁରେ ବେଲଜିୟମ୍ କୁ ପରାସ୍ତ କରି ଭାରତ ପ୍ରତିଶୋଧ ନେବାରେ ସଫଳ ହୋଇଛି। ଭାରତ ପ୍ରଥମ ମ୍ୟାଚ୍ରେ ବେଲଜିୟମ୍ଠୁ ପରାଜିତ ହୋଇଥିଲା । ତେବେ ଏଠାରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ ମିନିଟ୍ରେ ବିବେକ ସାଗର ପ୍ରସାଦ ଗୋଲ୍ ଆରମ୍ଭ କରିବା ସହ ଅଧିନାୟକ ହର୍ମନପ୍ରୀତ ସିଂହ ୨୦ ମିନିଟ୍ରେ ଦ୍ବିତୀୟ ଓ ୮ ମିନିଟ୍ ପରେ ଅମିତ ରୋହିଦାସ (୨୮ ମିନିଟ୍) ତୃତୀୟ ଗୋଲ୍ ଦେଇ ଦଳକୁ ଆଗୁଆ ରଖିଥିଲେ। କିନ୍ତୁ ଗୋଲ୍ ବର୍ଷା ଜାରି ରଖି ହର୍ମନପ୍ରୀତ (୨୯ ମିନିଟ୍) ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ଭାରତକୁ ୪-୦ ରେ ଅଗ୍ରଣୀ ରଖିଥିଲେ। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିବା ପରେ ଚତୁର୍ଥ କ୍ବାର୍ଟରରେ ବେଲଜିୟମ ଗୋଟିଏ ଗୋଲ୍ ପରିଶୋଧ କରିବାକୁ ସକ୍ଷମ ହୋଇଥିଲା। ୪୫ ମିନିଟ୍ରେ ୱିଲିୟମ୍ ଘିସ୍ଲେନ୍ ଏହି ଗୋଲ ଦେଇଥିଲେ। ଖେଳ ଶେଷ ହେବାର ୧ ମିନିଟ୍ ପୂର୍ବରୁ ଦୀଲପ୍ରୀତ ସିଂହ ଦଳର ପଞ୍ଚମ ଗୋଲ୍ ଦେଇ ଭାରତର ବିଜୟ ମୁଣ୍ଡି ମାରିଥିଲେ।

Related posts

ଆରମ୍ଭ ହେଲା ଜୁନିୟର ମହିଳା ଚମ୍ପିୟନସିପ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଉରକେଲାରେ ନିର୍ମାଣ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ

Odisha Sports Bureau

ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ

Odisha Sports Bureau