Cricket

ବିବାହ ବନ୍ଧନରେ ବାନ୍ଧି ହେଲେ ଋତୁରାଜ ଗାୟକୱାଡ

ଚେନ୍ନାଇ ସୁପରକିଙ୍ଗସ ଟିମର ଖେଳାଳି ଋତୁରାଜ ଗାୟକୱାଡ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତାଙ୍କ ବିବାହ ମହିଳା ଦଳର ଖେଳାଳି ଉତ୍କର୍ଷାଙ୍କ ସହିତ ହୋଇଛି । ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମହାରାଷ୍ଟ୍ରର ମହାବଳେଶ୍ୱର ଠାରୁ ଦୁହେଁ ଶନିବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଋତୁରାଜ ଏବଂ ଉତ୍କର୍ଷାଙ୍କ ବିବାହ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ଋତୁରାଜ ଇନଷ୍ଟାଗ୍ରାମରେ କେତେକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ କମେଣ୍ଟ କରୁଛନ୍ତି । ଋତୁରାଜଙ୍କୁ ଅନେକ ଷ୍ଟାର ଖେଳାଳି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଋତୁରାତ ଆଇପିଏଲ୍ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗସ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ସେ ୧୬ଟି ମ୍ୟାଚରେ ୫୯୦ ରନ୍ କରିଛନ୍ତି । ଏହି ସିଜିନରେ ଋତୁରାଜଙ୍କ ସର୍ବଶ୍ରେଷ୍ଠ ସ୍କୋର ୯୨ ରନ୍ ଥିଲା । ଋତୁରାଜଙ୍କୁ ଚେନ୍ନାଇ ରିଟେନ କରିଥିଲା । ତାଙ୍କୁ ୬ କୋଟିରେ କିଣିଥିଲା ସିଏସକେ । ସେ ଟିମ୍ ଇଣ୍ଡିଆ ପାଇଁ ୯ଟି-୨୦ ମ୍ୟାଚ ଖେଳିଛନ୍ତି ।

Related posts

ଭାରତକୁ ଫେରିଲାନି ଏସିଆ ଟ୍ରଫି

Odisha Sports Bureau

ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କ ସବୁଜ ସଙ୍କେତ

ୱେଷ୍ଟ୍ଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କଲା ଭାରତ

Odisha Sports Bureau