Cricket

ବିବାହ ବନ୍ଧନରେ ବାନ୍ଧି ହେଲେ ଋତୁରାଜ ଗାୟକୱାଡ

ଚେନ୍ନାଇ ସୁପରକିଙ୍ଗସ ଟିମର ଖେଳାଳି ଋତୁରାଜ ଗାୟକୱାଡ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତାଙ୍କ ବିବାହ ମହିଳା ଦଳର ଖେଳାଳି ଉତ୍କର୍ଷାଙ୍କ ସହିତ ହୋଇଛି । ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମହାରାଷ୍ଟ୍ରର ମହାବଳେଶ୍ୱର ଠାରୁ ଦୁହେଁ ଶନିବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଋତୁରାଜ ଏବଂ ଉତ୍କର୍ଷାଙ୍କ ବିବାହ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ଋତୁରାଜ ଇନଷ୍ଟାଗ୍ରାମରେ କେତେକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ କମେଣ୍ଟ କରୁଛନ୍ତି । ଋତୁରାଜଙ୍କୁ ଅନେକ ଷ୍ଟାର ଖେଳାଳି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଋତୁରାତ ଆଇପିଏଲ୍ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗସ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ସେ ୧୬ଟି ମ୍ୟାଚରେ ୫୯୦ ରନ୍ କରିଛନ୍ତି । ଏହି ସିଜିନରେ ଋତୁରାଜଙ୍କ ସର୍ବଶ୍ରେଷ୍ଠ ସ୍କୋର ୯୨ ରନ୍ ଥିଲା । ଋତୁରାଜଙ୍କୁ ଚେନ୍ନାଇ ରିଟେନ କରିଥିଲା । ତାଙ୍କୁ ୬ କୋଟିରେ କିଣିଥିଲା ସିଏସକେ । ସେ ଟିମ୍ ଇଣ୍ଡିଆ ପାଇଁ ୯ଟି-୨୦ ମ୍ୟାଚ ଖେଳିଛନ୍ତି ।

Related posts

WPL 2026 ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି, ଏହି ଦୁଇଟି ସହରକୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଛି।

Odisha Sports Bureau

ଦିଲ୍ଲୀ ବିସ୍ଫୋରଣ ପରେ କୋଲକାତାରେ ହାଇଆଲର୍ଟ

Odisha Sports Bureau

୧୦୦ତମ ଟି-୨୦ ମ୍ୟାଚ ଖେଳିଲେ ଆଲିସା

Odisha Sports Bureau