Cricket

ବାହାନଗା ଟ୍ରେନ୍ ଟ୍ରାଜେଡି: ପୀଡ଼ିତଙ୍କ ଚିକିତ୍ସା ପାଇଁ ୧ଲକ୍ଷ ଟଙ୍କା ଦାନ କଲେ ଚହଲ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଲୋଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପରିବାର ଲୋକେ ହସପିଟାଲରେ ପହଞ୍ଚି ମୃତଦେହକୁ ଗ୍ରହଣ କରୁଛନ୍ତି । ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ପୀଡ଼ିତଙ୍କ ଚିକିତ୍ସା ପାଇଁ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ଚହଲ ଟ୍ରେନ ଦୁର୍ଘଟଣାର ଚ୍ୟାରିଟି କାର୍ୟ୍ୟ ପାଇଁ ସ୍କାଉଟ ଗେମିଂ ଚ୍ୟାନେଲ ଦ୍ବାରା ଆୟୋଜିତ ଷ୍ଟ୍ରିମରେ ଓଡିଶା ଟ୍ରେନ ଦୁର୍ଘଟଣା ପାଇଁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଚହଲଙ୍କୁ ପବଜୀ ଗେମ୍ ଖେଳ ବହୁତ ପସନ୍ଦ । ଆଉ ଗେମ୍ ଖେଳିବା ସମୟରେ ସେ ଏହି ଦାନ କରିଛନ୍ତି । ଅନେକ ୟୁଟ୍ୟୁବର ଓଡିଶାକୁ ଟ୍ରେନ ଦୁର୍ଘଟଣାରେ ସହାୟତା ପାଇଁ ଦାନ କରୁଛନ୍ତି । ଏହି ଦୁର୍ଘଟଣାରେ କେବଳ ଚହଲ ନୁହେଁ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ପୀଡିତଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଦେବାକୁ କହିଛନ୍ତି । ବୀରେନ୍ଦ୍ର ସେହ୍ଵାଗ ଟ୍ଵିଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଦେବେ । ସେ ଟ୍ଵିଟ୍ କରି କହିଛନ୍ତି ‘ଏହି ଦୃଶ୍ୟ ଆମକୁ ଅନେକ ଦିନ ପର୍ୟ୍ୟନ୍ତ ବିଚଳିତ କରିବ । ଦୁଃଖ ସମୟରେ ଅତିକମରେ ମୁଁ ଏତିକି କରିପାରିବି ଯେ, ଏଭଳି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବି । ଏହିସବୁ ପିଲାମାନଙ୍କୁ ସେହ୍ଵାଗ ଇଣ୍ଟରନ୍ୟାସନାଲ ସ୍କୁଲରେ ମାଗଣା ଶିକ୍ଷା ଦିଆଯିବ ।

Related posts

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ

ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

ବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇଜଣ ଭେଟେରାନ କୋଚ୍

Odisha Sports Bureau