Cricket

ଶୁବମନ ଗିଲ୍ କରୁଛନ୍ତି କ୍ୟାଚିଂ ଅଭ୍ୟାସ

କ୍ରିକେଟ୍ ମ୍ୟାଚରେ ଫିଲଡିଂର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଭାରତୀୟ ଦଳ ବହୁ କସରତ କରିଛନ୍ତି । କେବଳ ଏଇଥି ପାଇଁ ଭାରତୀୟ ଟେଷ୍ଟ୍ ଦଳ ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ଡ୍ରିଲ୍ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଡବଲ୍ୟୁଟିସି ଫାଇନାଲ୍ ଖେଳାଜିବା ଆଗରୁ ଭାରତୀୟ ଦଳ ଏବେଠାରୁ କ୍ଷେତ୍ରରକ୍ଷଣକୁ ଗୁରୁତ୍ବ ଦେଇ ଏଭଳି ନିଆରା ଅଭ୍ୟାସ କରୁଛି। ଅରୁଣ୍ଡେଲ୍ ଗ୍ରାଉଣ୍ଡ୍ରେ ଶୁବମନ ଗିଲ୍ କ୍ୟାଚିଂ ଅଭ୍ୟାସ କରୁଥିବା ବେଳେ ସବୁଜ ରଙ୍ଗର ବଲ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା । ୱିକେଟରକ୍ଷକ ଏବଂ କ୍ଲୋଜ୍ ଇନ୍ ଫିଲ୍ଡରମାନଙ୍କ ହାତରୁ ସାଧାରଣତଃ କ୍ୟାଚ୍ ପ୍ରତିଫଳିତ ହୋଇ ବାହାରି ଯାଉଥିବାରୁ ରବର୍ ବଲ୍ରେ ଅଭ୍ୟାସ କରଯାଉଛି। ‘ଏହା ସ୍ବତନ୍ତ୍ର ଭାବେ ନିର୍ମିତ ରବର୍ ବଲ୍। ଗଲି କ୍ରିକେଟ୍ରେ ବ୍ୟବହାର କରାଯାଉଥିବା ବଲ୍ ଏହା ନୁହେଁ। ଏହା କେବଳ ଫିଲଡିଂ ଡ୍ରିଲ୍ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ବଲ୍କୁ ‘ରିଆକ୍ସନ୍ ବଲ୍’ କୁହାଯାଉଛି। କେତେକ ନିର୍ଦ୍ଧିଷ୍ଟ ଦେଶରେ ଏହାକୁ ଫିଲ୍ଡିଂ ଡ୍ରିଲ୍ ପାଇଁ ବ୍ୟବହାର କରାଯାଏ। ବିଶେଷ କରି ଇଂଲଣ୍ଡରେ ଏବଂ କିଛି ମାତ୍ରାରେ ନ୍ୟୁଜିଲାଣ୍ଡ୍ରେ ଏହା ବ୍ୟବହୃତ ହୁଏ।’

Related posts

ସଚିନ ଓ କପିଲ ଦେବଙ୍କ ଧାଡ଼ିରେ ଠିଆ ହେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି

ଆଇପିଏଲ ୨୦୧୯, କେଉଁ ଦଳ ଆଗରେ