Football

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ଇଣ୍ଟରକଣ୍ଟିନେଣ୍ଟାଲ କପ । ଏହି ଉଦଘାଟଦୀ ମ୍ୟାଚରେ ଦମଦାର ବିଜୟ ହାତେଇଛି ଭାରତ । ମଙ୍ଗୋଲିଆ ବିପକ୍ଷରେ ଭାରତ ଖେଳି ୨-୦ ଗୋଲରେ ବିଜୟ ହାସଲ କରିଛି । ପୂରା ମ୍ୟାଚରେ ମଙ୍ଗୋଲିଆ ଉପରେ ଦବଦବା କାଏମ ରଖିଥିଲା ଭାରତ । ୧୫ଶ ମିନିଟରେ ଲାଲିଆନଜୁଆଲା ଛାଙ୍ଗଟେ ଗୋଟିଏ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଏଥିସହ ଭାରତ ମୁକାବିଲାକୁ ୨-୦ରେ ଜିତି ନେଇଥିଲା । ସେହିପରି ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଲେବାନନ୍ ୩-୧ ଗୋଲରେ ଭାନୁଆତୁକୁ ପରାସ୍ତ କରିଛି । ଏହି ପ୍ରତିଯୋଗିତା ଜୁନ ୧୮ ତରିଖ ଯାଏଁ ଚାଲିବ । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିଛନ୍ତି ।

Related posts

ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଭଂଜସେନାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Odisha Sports Bureau

ହକି ପରେ ଫୁଟବଲକୁ ଫୋକସ : ଭୁବନେଶ୍ବରରେ ହେବ ଦେଶର ପ୍ରଥମ ଫୁଟ୍‌ବଲ ଟାଲେଣ୍ଟ ଏକାଡେମୀ

Odisha Sports Bureau

ଲା ଲିଗ୍: ଜିଦାନଙ୍କ ରିୟଲ୍କୁ ଭାଲେନ୍ସିଆ ୨-୧ ଗୋଲରେ କଲା ପରାଜୟ