Football

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ଇଣ୍ଟରକଣ୍ଟିନେଣ୍ଟାଲ କପ । ଏହି ଉଦଘାଟଦୀ ମ୍ୟାଚରେ ଦମଦାର ବିଜୟ ହାତେଇଛି ଭାରତ । ମଙ୍ଗୋଲିଆ ବିପକ୍ଷରେ ଭାରତ ଖେଳି ୨-୦ ଗୋଲରେ ବିଜୟ ହାସଲ କରିଛି । ପୂରା ମ୍ୟାଚରେ ମଙ୍ଗୋଲିଆ ଉପରେ ଦବଦବା କାଏମ ରଖିଥିଲା ଭାରତ । ୧୫ଶ ମିନିଟରେ ଲାଲିଆନଜୁଆଲା ଛାଙ୍ଗଟେ ଗୋଟିଏ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଏଥିସହ ଭାରତ ମୁକାବିଲାକୁ ୨-୦ରେ ଜିତି ନେଇଥିଲା । ସେହିପରି ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଲେବାନନ୍ ୩-୧ ଗୋଲରେ ଭାନୁଆତୁକୁ ପରାସ୍ତ କରିଛି । ଏହି ପ୍ରତିଯୋଗିତା ଜୁନ ୧୮ ତରିଖ ଯାଏଁ ଚାଲିବ । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିଛନ୍ତି ।

Related posts

ଇଂରାଜୀ ପ୍ରିମିୟର ଲିଗ୍: ମଞ୍ଚେଷ୍ଟର ୟୁନାଇଟେଡକୁ ପରାସ୍ତ କରି ଏଫ୍ କପ୍ ଫାଇନାଲରେ ଚେଲ୍ସ

Odisha Sports Bureau

ଆଇଏସ୍ଏଲ୍ ୨୦୧୮: ଦୁଇଥର ଚମ୍ପିଆନ୍ ହୋଇଥିବା ଏଟିକେ ଚେନ୍ନାଇ ଏଫସିକୁ ୩-୨ରେ ହରାଇଲା

Odisha Sports Bureau

ଫାଇନାଲ୍ରେ ମୋହନବାଗାନ ସୁପର ଜାଏଣ୍ଟ୍ସ

Odisha Sports Bureau