Cricket

ଭାରତରେ ଏସିଆ କପ୍ ଓ ପୁରୁଷ ଦିନିକିଆ ବିଶ୍ୱକପକୁ ମାଗଣାରେ ଦେଖାଇବ ହଟଷ୍ଟାର୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଏବେ ୱାଲ୍ଟ ଡିଜନିର ସହଯୋଗୀ କମ୍ପାନି ହଟଷ୍ଟାର୍ ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍ ଲାଇଭ୍ ଷ୍ଟ୍ରିମିଂ ଯୋଗାଇଦେବ । ଆଇପିଏଲ୍ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ସିନେମା ନିକଟରୁ ହଟଷ୍ଟାର୍ ହାରିଯାଇଥିଲା। ହଟଷ୍ଟାର୍ ନିକଟରେ ପ୍ରାୟ ୫ ମିଲିଅନ୍ ବ୍ୟବହାରକାରୀ ରହିଛନ୍ତି। ଆଇପିଏଲ୍ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ । ଆଇପିଏଲର ପ୍ରଥମ ସପ୍ତାହରେ ଜିଓ ସିନେମା ୧.୪୭ ବିଲିୟନ୍ ସଂଖ୍ୟା ଅତିକ୍ରମ କରିଥିଲା। ଏବେ ହଟଷ୍ଟାର୍ କହୁଛି ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଜିଓ ଏବେ ଏହାର ଗ୍ରାହାକଙ୍କଠାରୁ ଦେୟ ନେବାକୁ ଯାଉଥିବାରୁ ହଟଷ୍ଟାର୍ ମାଗଣାରେ ଯୋଗାଇଲେ ବ୍ୟବହାରକାରୀଙ୍କୁ ଆକର୍ଷିତ କରିପାରିବ।

Related posts

ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତି

Odisha Sports Bureau

କେଏଲ ରାହୁଲଙ୍କ ସଫଳ ଅସ୍ତ୍ରୋପଚାର

ନଭେମ୍ବର ୪ ତାରିଖରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

Odisha Sports Bureau