Hockey

କନିଷ୍ଠ ମହିଳା ଏସିଆ କପ୍‌ ହକି ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ

ଚଳିତ କନିଷ୍ଠ ମହିଳା ଏସିଆ କପ୍ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛି ଭାରତ   ପୁଲ୍‌-ରେ ସ୍ଥାନ ପାଇଥିବା ଭାରତ ଗୁରୁବାର ଶେଷ ଲିଗ୍ମ୍ୟାଚ୍ରେ ଚାଇନିଜ୍ତାଇପେକୁ ୧୧ ଗୋଲ୍ରେ ହରାଇ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା। ଶନିବାର ସେମିଫାଇନାଲ୍ରେ ଜାପାନକୁ ଭେଟିବ ଭାରତ । ମ୍ୟାଚ୍ ପ୍ରଥମ ମିନିଟ୍ରେ ହିଁ ବୈଷ୍ଣବୀ ଭିଥାଲ ଫାଲ୍କେଙ୍କ ଫିଲ୍ଡ ଗୋଲ୍ରେ ଭାରତ ଅଗ୍ରଣୀ ନେଇଥିଲା। ଏହାପରେ ଦୀପିକା ( ମିନିଟ୍‌) ପେନାଲ୍ଟି ଗୋଲ୍ଦେଇଥିଲେ। ପ୍ରଥମ କ୍ବାର୍ଟରର ଶେ ମିନିଟ୍ରେ ଅନୁ (୧୦ ମିନିଟ୍‌) ଋତୁଜା ଦାଦାସୋ ପିସାଲ (୧୨ ମିନିଟ୍‌)ଙ୍କ ଗୋଲ୍ରେ ଭାରତ ୦ରେ ଆଗୁଆ ହୋଇଯାଇଥିଲା। ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ସମାନ ଆରମ୍ଭ କରିଥିଲା ଭାରତ। ୧୯ତମ ମିନିଟ୍ରେ ନୀଲମ ଗୋଲ୍ଦେଇ ଭାରତକୁ ୦ରେ ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ବାର୍ଟରରେ ମଞ୍ଜୁ ଚୌରାସିଆ (୩୩ ମିନିଟ୍‌) ଏବଂ ଓଡ଼ିଶାର ସୁନେଲିତା ଟପ୍ପୋ (୪୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ଦେଇ ସ୍ଥିତି କରିଥିଲେ।ଶେଷ ତଥା ଚତୁର୍ଥ କ୍ବାର୍ଟରରେ ଦୀପିକା ସୋରେଙ୍ଗ (୪୬ ମିନିଟ୍‌), ଅନୁ (୫୨ ମିନିଟ୍‌), ମମତାଜ ଖାନ (୫୫ ମିନିଟ୍‌) ସୁନେଲିତା (୫୭ ମିନିଟ୍‌) ଗୋଟିଏଲେଖାଏଁ ଗୋଲ୍ଦେଇ ଭାରତକୁ ବଡ଼ ବିଜୟ ଭେଟି ଦେଇଥିଲେ।

Related posts

ହକି ଦଳକୁ ନବୀନଙ୍କ ଭେଟି

Odisha Sports Bureau

ହକି ଇଣ୍ଡିଆ ପକ୍ଷରୁ ବିଶ୍ବକପ୍ରେ ପୁରସ୍କାର ଘୋଷଣା

Odisha Sports Bureau

ମହିଳା ବିଶ୍ୱକପ୍ ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau