Wrestling

ବିବାଦର ସମାଧାନ ନହେବା ଯାଏ ଏସିଆନ ଗେମ୍ସରେ ସାମିଲ ହେବେ ନାହିଁ ସାକ୍ଷୀ ମଲ୍ଲିକ

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଏସିଆନ ଗେମ୍ସ । ସେପ୍ଟମ୍ବର ୨୩ରୁ ଅକ୍ଟୋବର ୮ ଯାଏ ଏହି ଗେମ୍ସ ଖେଳାଯିବ । କୁସ୍ତି ଖେଳାଳୀ ସାକ୍ଷୀ ମଲ୍ଲିକ ଏହି ଖେଳ ପୂର୍ବରୁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, କୁସ୍ତି ସଂଘ ସଭାପତିକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାର ସମାଧାନ ନହେବା ଯାଏ ସେ ଏହି ପ୍ରତିଯୋଗିତାରେ ସାମିଲ ହେବେ ନାହିଁ । ବିବାଦ ଦିନକୁ ଦିନ ବଢିଚାଲିଥିବା ବେଳେ ସାକ୍ଷୀ ଏହି ବଡ ବୟାନ ରଖିଛନ୍ତି ।

ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ନେଇ ଲଗାତର ଭାବେ କୁସ୍ତି ଖେଳାଳୀ ଜନ୍ତରମନ୍ତରରେ ଧାରଣା ଦେଇଆସୁଥିଲେ । ଏହାରି ଭିତରେ ସାକ୍ଷୀ ମଲ୍ଲିକ ସ୍ପଷ୍ଟ କରିଛନ୍ତି ଯେ ବିବାଦର ସମାଧାନ ନହେବା ଯାଏ ସେ ଖେଳରେ ଭାଗନେବେ ନାହିଁ । କିଛି ଦିନ ତଳେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘରେ କୁସ୍ତି ଖେଳାଳୀଙ୍କ ସହ ବୈଠକ ହୋଇଥିଲା । ପାଞ୍ଚ ଘଣ୍ଟା ଧରି ଚାଲିଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କୁସ୍ତି ଖେଳାଳୀ ଦାବି କରୁଛନ୍ତି ଯେ ପକ୍ସୋ ଆକ୍ଟରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରାଯାଉ । ଯେତେବେଳ ଯାଏ ତାଙ୍କୁ ଗିରଫ କରାନଯାଇଛି ସେତେବେଳ ସେମାନେ ଧାରଣା ଜାରିରଖିବେ ।

Related posts

ରେସଲିଂ ଟ୍ରାଏଲ୍ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଭିନେଶ ଫୋଗାଟଙ୍କ ସମେତ ୬ ରେସଲରଙ୍କ ପାଇଁ ଖୁସି ଖବର

Odisha Sports Bureau

ବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭାରତୀୟ କୁସ୍ତି ସଂଘ ସଭାପତି ଓ ସହକାରୀ ସମ୍ପାଦକଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ