Cricket

କ୍ରିକେଟ ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ କ୍ୟାଚ

ପବନରେ ଉଡି କ୍ୟାଚ୍ ଧରିଲେ ଖେଳାଳି । ଏମିତି କ୍ୟାଚ ଦେଖି ବ୍ୟାଟସମ୍ୟାନଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ଆଶ୍ଚର୍ୟ୍ୟ । ଇଂଲଣ୍ଡରେ ଖେଳାଯାଉଥିବା ଟି-୨୦ ବ୍ଲାଷ୍ଟରେ ଦେଖିବାକୁ ମିଳିଛି ଏଭଳି କ୍ୟାଚ୍ । ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ସସେକ୍ସ ଏବଂ ହମ୍ପସେୟାର ମଧ୍ୟରେ ହୋଇଥିବା ଏକ ମ୍ୟାଚରେ ଦେଖିବାକୁ ମିଳିଛି ଚମତ୍କାର । ଆଉ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସସେକ୍ସ ଏବଂ ହମ୍ପସେୟାର ମଧ୍ୟରେ ୧୬ ଜୁନରୁ ଖେଳାଯାଉଥିବା ମ୍ୟାଚରେ ୨୪ ବର୍ଷୀୟ ବ୍ରାଡ କରୀ କମାଲ୍ ଫିଲ୍ଡିଂ କରିଥିଲେ । କରୀ ବାଉଣ୍ଡ୍ରୀ ଲାଇନରେ ରହି ଫିଲ୍ଡିଂ କରୁଥିବା ସମୟରେ ପବନରେ ଉଡି ଏକ ଅବିଶ୍ବନୀୟ କ୍ୟାଚ୍ ଧରିଥିଲେ । ଯାହାକୁ ଦେଇ ବ୍ୟାଟସମ୍ୟାନ୍ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । କେବଳ ବ୍ୟାଟସମ୍ୟାନ ନୁହେଁ, ଷ୍ଟାଡିୟମରେ ବସିଥିବା ପ୍ରତ୍ୟେକ ବ୍ୟକ୍ତି କ୍ୟାଚ୍ ଦେଖି ଚକିତ ହୋଇପଡିଥିଲେ । ଏହି କ୍ୟାଚ୍ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Related posts

ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ

Odisha Sports Bureau

ବିଜୟ ହଜାରେ ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଗୋଟିଏ ଓଭରରେ ଲଗାତାର ପାଞ୍ଚଟି ଛକା

Odisha Sports Bureau

ଚେନ୍ନାଇକୁ ୧୪୦ରନର ଟାର୍ଗେଟ ଦେଲା ମୁମ୍ବାଇ

Odisha Sports Bureau