Cricket

ଗୋଟିଏ ବଲରେ ୧୮ ରନ

ଚଳିତ ବର୍ଷ ତାମିଲନାଡୁ ପ୍ରିମିୟର ଲିଗ୍ରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। ଗୋଟିଏ ବଲ୍ରେ ହେଲା ୧୮ ରନ୍। ଏହା କ୍ରୀଡାପ୍ରେମୀଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ। ଚେପକ ସୁପର ଗିଲ୍ସ ଓ ସାଲେମ ସ୍ପାର୍ଟାନ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ପାର୍ଟାନ୍ସର କ୍ୟାପଟେନ୍ ଅଭିଷେକ ତନୱର ୨୦ ତମ ଓଭର୍ ବୋଲିଂ କରୁଥିଲେ। ହେଲେ ଶେଷ ବଲ୍ରେ ୧୮ ରନ୍ ଦେଇଛନ୍ତି।

ଫାଇନାଲ ଓଭରର ଶେଷ ବଲ୍(୧୯.୫)ରେ ତନୱର ବୋଲ୍ଡ କରି ୱିକେଟ୍ ନେଇଥିଲେ କିନ୍ତୁ ତାହା ନୋ-ବଲ୍ ଥିଲା।(୧ ରନ୍) ।ପୁଣି ଏକ ନୋ ବଲ୍ ପକାଇଥିଲେ, ଯାହାକୁ ବ୍ୟାଟସମାନ ଛକା ମାରିଥିଲେ।(୭ ରନ୍) । ବ୍ୟାଟସମାନ ୨ ରନ୍ ନେଇଥିଲେ, ତାହା ମଧ୍ୟ ନୋବଲ୍ ହୋଇଥିଲା।(୩ ରନ୍) ।ପରବର୍ତ୍ତୀ ବଲ୍ଟି ୱାଇଡ୍ ପକାଇଥିଲେ, ଅତିରିକ୍ତ ୧ ରନ୍ ଦେବାସହ ନୋ ବଲ୍ ବଳବତ୍ତର ରହିଥିଲା।(୧ ରନ୍) । ଶେଷରେ ବଲ୍ଟି ଲିଗାଲ୍ ଥିଲା। ବ୍ୟାଟସମାନ ଛକା ମାରିଥିଲେ। ଓଭର ଶେଷ ହୋଇଥିଲା।(୬ ରନ୍)

Related posts

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ

୮ ଓ୍ୱିକେଟରେ ଜିତିନେଇଛି ନ୍ୟୁଜିଲାଣ୍ଡ ଟିମ

Odisha Sports Bureau

ବୈଭବଙ୍କୁ ସୁଯୋଗ ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିପାରେ

Odisha Sports Bureau