Cricket

ପାକିସ୍ତାନ କ୍ରିକେଟ୍ ବୋର୍ଡରେ ହଙ୍ଗାମା; ଅଧ୍ୟକ୍ଷ ପଦ ଛାଡ଼ିଲେ ନଜମ ସେଠୀ

ନୂଆଦିଲ୍ଲୀ: ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡରେ ହଙ୍ଗାମା ଦେଖିବାକୁ ମିଳିଛି ଜ୍ଝ ବହୁ ବାଦ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ୟ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। ଆଉ ଏହା ପୁର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ନଜମ ସେଠୀ ଟ୍ୱିଟ କରି ପାକିସ୍ତାନ ରାଜନୀତିରେ ଚାଲିଥିବା କନ୍ଦଳ ବାବଦରେ ପୋଲ ଖୋଲିଛନ୍ତି ।

ଗତ ବର୍ଷ ରମିଜ ରାଜା ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନଜମ ସେଠୀ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ନଜମ ସେଠୀ ଏହି ନିର୍ବାଚନରେ ଭାଗ ନେବେ ନାହିଁ। ନଜମ ଅଧ୍ୟକ୍ଷ ପଦ ପ୍ରାର୍ଥୀତ୍ୱରୁ ନିଜକୁ ଦୂରେଇ ରଖିଛନ୍ତି ଜ୍ଝ ତେବେ ନଜମ ଏବେ ଏମିତି ଏକ ଟ୍ୱିଟ କରିଛନ୍ତି ଯାହାକୁ ନେଇ ପାକିସ୍ତାନ ରାଜନୀତିରେ ଝଡ ସୃଷ୍ଟି ହୋଇଛି ।

ନଜମ ଟ୍ୱିଟ କରି ଲେଖିଛନ୍ତି ଯେ ସେ ପାକିସ୍ତାନ ପିପୁଲ୍ସ ପାର୍ଟି ସଭାପତି ଆସିଫ ଜରଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ହୋଇଥିବା ବିବାଦର ମୂଳ ହେବାକୁ ଚାହୁଁ ନାହାଁନ୍ତି। ସେ ଲେଖିଛନ୍ତି ଯେ ପାକିସ୍ତାନରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଅଧ୍ୟକ୍ଷ ନିର୍ବାଚନରେ ନ ଲଢ଼ିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏଭଳି ପରିସ୍ଥିତି ଭଲ ନୁହେଁ। ଏହି କାରଣରୁ, ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ପାକିସ୍ତାନ କ୍ରିକେଟ୍ ବୋର୍ଡର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି ।

Related posts

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆରେ ଜିତିଲା ଭାରତ

Odisha Sports Bureau

ଟିମ୍ ରେ ଧୋନିଙ୍କ ଯୋଗଦାନକୁ ନେଇ କପିିଲ ଦେବ କହିଥିଲେ କିଛି ଏପରି କଥା

Odisha Sports Bureau

ଛାଡପତ୍ର ନେଲେ ଶିଖର ଧୱନ-ଆୟେଶା; ପିଲାର କଷ୍ଟଡି ନେଇ କୋର୍ଟ ଶୁଣାଇଲେ ଏହି ନିଷ୍ପତ୍ତି

Odisha Sports Bureau