Cricket

ଆସେସ ସିରିଜ ୨୦୨୩: ମ୍ୟାଚରେ ଅଲଗା ଅଲଗା ଜୋତା ପିନ୍ଧି ଖେଳିବାକୁ ଆସିଲେ ଓଲି ରୋବିନସନ୍

ବର୍ମିଂହାମ: ବର୍ମିଂହାମରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ ସିରିଜ ୨୦୨୩ର ପ୍ରଥମ ମ୍ୟାଚ୍ ଖେଳାଯାଇଥଲା । ଏହି ମ୍ୟାଚରେ ଇଂଲଣ୍ଡ ୩୯୩ ରନ୍ କରି ପ୍ରଥମ ଇନିଂସ ଘୋଷଣା କରିଥିଲା । ଏହାପରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୮୬ ରନ୍ କରିଥିଲା । ଇଂଲଣ୍ଡ ଦ୍ବିତୀୟ ପାଳିରେ ୨ ୱିକେଟ ହରାଇ ୨୮ ରନ୍ କରିଥିଲା । କିନ୍ତୁ ବର୍ଷା ଯୋଗୁଁ ଖେଳ ଅଧାରେ ବନ୍ଦ ହୋଇଥିଲା । ଏହି ସମୟରେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । ଇଂଲଣ୍ଡର ବୋଲର ଓଲି ରୋବିନ୍ସନ୍ ଖେଳ ପଡିଆରେ ଅଲଗା ଅଲଗା ଜୋତା ପିନ୍ଧିଥିବା ନଜର ଆସିଥିଲେ ।

ରୋବିନ୍ସନ୍ ମଇଦାନରେ ରହିଥିବା ବେଳେ ପାଦରେ ଅଲଗା ଅଲଗା ଜୋତା ପିନ୍ଧିଥିଲେ । ସେ ଗୋଟେ ଗୋଡରେ ହ୍ବାଇଟ ସହିତ ବ୍ଲାକ କମ୍ବିନେସନର ଜୋତା ପିନ୍ଧିଥିବା ବେଳେ ଅନ୍ୟ ପାଦରେ ନିୟନ ଏବଂ ହ୍ବାଇଟ କଲର ଜୋତା ପିନ୍ଧିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ରୋବିନ୍ସନ୍ ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ବାଜାଙ୍କୁ ଆଉଟ୍ କରିଥିଲେ । ଖ୍ବାଜା ୧୪୧ ରନ କରି ଆଉଟ୍ ହୋଇଥିଲେ । ସେ ୩୨୧ ବଲ ସାମ୍ନା କରି ୧୪ଟି ଚଉକା ଏବଂ ୩ଟି ଛକା ମାରିଥିଲେ ।

Related posts

ଉନ୍ନୋଚିତ ହେଲା ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଟ୍ରଫି

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରୁ ବାଦ ପଡ଼ିଲେ ଦୀପକ ଚହର

Odisha Sports Bureau

କିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନ

Odisha Sports Bureau