Cricket

ଚର୍ଚ୍ଚାରେ ଶିଖର ଧୱନଙ୍କ ମହଙ୍ଗା ରେଞ୍ଜ ରୋଭର କାର୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧୱନ | ତାଙ୍କ ଲୁକ, କଥାବାର୍ତ୍ତା, ଜୀବନ ବଞ୍ଚିବାର ଶୈଳୀ ଏକ ସ୍ୱପ୍ନଠାରୁ କମ୍ ନୁହେଁ। ବିଦେଶର ବିଳାସପୂର୍ଣ୍ଣ ହୋଟେଲରେ ରହିବା, ଦାମୀ ସଉକିନ ଗାଡି ଚଢିବାକୁ ସେ ବହୁତ ପସନ୍ଦ କରନ୍ତି | ଆଉ ଭାରତୀୟ ଦଳର ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ଏସବୁର ଅନୁଭବ ନେଇ ସାରିଛନ୍ତି। କ୍ରିକେଟର ଅଧିକାଂଶ ସମୟ ନିଜର ମହଙ୍ଗା କାର ସହିତ ବିତାଇବାକୁ ଭଲ ପାଆନ୍ତି। ଯଦି ଆପଣ ତାଙ୍କ ଗ୍ୟାରେଜ ଭିତରକୁ ଯିବେ, ତେବେ ଭିତରେ ଦୁନିଆର ବିଭିନ୍ନ ସୁପରକାର ପାଇବେ। ଏବେ ଧୱନ ପୁଣି ଥରେ ନିଜର ଏକ ବିଳାସପୂର୍ଣ୍ଣ କାର ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

କୁହାଯାଉଛି ଯେ, ସେ ନିକଟରେ ଏକ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଅଟୋବାଓଗ୍ରାଫି କିଣିଛନ୍ତି ଯାହାର ଏକ୍ସ ସୋ’ରୁମ ମୂଲ୍ୟ ରହିଛି ୩.୫କୋଟି ଟଙ୍କା। ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ରିଲ୍ ପୋଷ୍ଟ କରି ନିଜର ନୂଆ ବିଳାସପୂର୍ଣ୍ଣ କଳା ରଙ୍ଗର ଏସୟୁଭିକୁ ଦେଖାଇଛନ୍ତି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଏସୟୁଭିରେ ୨୯୯୮ ସିସି ଇଞ୍ଜିନର ବୈଶିଷ୍ଟ୍ୟ ରହିଛି। ଏଥିରେ ୭ଟି ସିଟ୍ ରହିଥିବା ବେଳେ ୧୦ଟି ରଙ୍ଗରେ ଏହା ବଜାରକୁ ପ୍ରବେଶ କରିଛି। ଆପଣ ନିଜର ଇଚ୍ଛା ମୁତାବକ, ରଙ୍ଗ ବାଛି କାର୍ କିଣିପାରିବେ। କାରର ଦାମ ଅଧିକ ରହିଥିବା ବେଳେ ଏଥିରେ ବୈଶିଷ୍ଟ୍ୟ ମଧ୍ୟ ଭଲ ରହିଛି। ତେବେ ଶିଖର ଧୱନ ନୂଆ କାର କିଣିବାର ଖବର ନିଜ ପ୍ରଶଂସକଙ୍କୁ ଦେବା ପରେ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ଆସିବା ଆରମ୍ଭ ହୋଇଛି।

Related posts

ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ପୂର୍ବରୁ ଜିମରେ ଝାଳ ବୁହାଉଛନ୍ତି କୋହଲି

ମ୍ୟାଚ ଫିକ୍ସିଂ: ମଣିଷ ମାରିବା ଠାରୁ ମଧ୍ୟ ଆହୁରି ବଡ଼ ଅପରାଧ

Odisha Sports Bureau

ହିଟମ୍ୟାନଙ୍କ ହାତରେ ବଡ ସଫଳତା

Odisha Sports Bureau