Cricket

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟ ଓ ଦିନିକିଆରୁ ବାଦ ପଡିଛନ୍ତି ପୂଜାର – ସଞ୍ଜୁ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । BCCI ସିଲେକ୍ସନ କମିଟି ଦୁଇଟି ମ୍ୟାଚ ଯଥା, ଟେଷ୍ଟ ସିରିଜ ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି । ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବେ ବୋଲି ଜଣାପଡ଼ିଛି। ଏହା ସହ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଥିବା ବେଳେ ୧୭ଜଣିଆ ଦିନିକିଆ ସ୍କ୍ବାଡରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି। ଆଜିଙ୍କ୍ୟ ରାହାଣେଙ୍କୁ ବଡ଼ ଦାୟିତ୍ବ ଦେଇ ବିସିସିଆଇ ତାଙ୍କୁ ଟେଷ୍ଟ ସିରିଜ୍ ପାଇଁ ଉପ-ଅଧିନାୟକ କରିଛି।

ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ଏବଂ ଋତୁରାଜ ଗାଇକୱାଡ ସ୍ଥାନ ପାଇଛନ୍ତି।ଚଳିତ ମାସ ଆରମ୍ଭରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଯଶସ୍ୱୀଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା। ଏଥି ସହ ଦ୍ରୁତ ବୋଲର ମୁକେଶ କୁମାର ଏବଂ ନବଦୀପ ସୈନିଙ୍କୁ ମଧ୍ୟ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ଦଳରେ ଓପନର୍ ଋତୁରାଜ ଗାଇକୱାଡ, ଦ୍ରୁତ ବୋଲର ଜୟଦେବ ଉନାଦକଟ ଏବଂ ମୁକେଶ କୁମାରଙ୍କୁ ମଧ୍ୟ ଚୟନ କରାଯାଇଛି।

Related posts

MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ..

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି

ଧୋନୀ-ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ସଲମାନ ଅଲ୍ଲୀ ଆଗା

Odisha Sports Bureau