Cricket

ବିଶ୍ୱକପ୍ ୨୦୨୩ ପାଇଁ ଖୁବଶୀଘ୍ର ଜାରି ହେବ ତାଲିକା

ବିଶ୍ବକପ୍ ୨୦୨୩କୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଆଉ ବିଶ୍ବକପ କାର୍ୟ୍ୟସୂଚୀକୁ ଚାହିଁ ରହିଛନ୍ତି ସମସ୍ତେ। ତେବେ ଖବର ମୁତାବକ, ଆଇସିସି ୨୭ ଜୁନରେ ବିଶ୍ବକପ ୨୦୨୩ କାର୍ୟ୍ୟସୂଚୀ ଘୋଷଣା କରିପାରେ । ଆଉ କାର୍ୟ୍ୟସୂଚୀ ଘୋଷଣା ହେବାର ଠିକ୍ ୧୦୦ ଦିନ ପରେ ମେଗା ଇଭେଣ୍ଟ ଆରମ୍ଭ ହେବ ।

BCCI ତରଫରୁ ICC ବିଶ୍ବକପ ପାଇଁ କାର୍ୟ୍ୟସୂଚୀ ଡ୍ରାଫ୍ କରାଯାଇଛି । ଏହାପରେ ପାକିସ୍ତାନ କ୍ରିକେଟ ବୋର୍ଡ ତରଫରୁ ଲଗାତାର ଆପତ୍ତି ଯୋଗୁଁ ଏପର୍ୟ୍ୟନ୍ତ କାର୍ୟ୍ୟସୂଚୀର ଘୋଷଣା କରାଯାଇନାହିଁ । ପାକିସ୍ତା କ୍ରିକେଟ ବୋର୍ଡ ଏପର୍ୟ୍ୟନ୍ତ ଆଇସିସିକୁ କୌଣସି କାର୍ୟ୍ୟସୂଚୀ ପଠାଇନାହିଁ । ପାକିସ୍ତା କ୍ରିକେଟ ବୋର୍ଡ ଏପର୍ୟ୍ୟନ୍ତ ICCକୁ କୌଣସି କାର୍ୟ୍ୟସୂଚୀ ପଠାଇନାହିଁ ।

ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ନଜମ ସେଠୀ ବିଶ୍ବକପରେ ନିଜ ଟିମ୍ ଭାଗ ନେବାକୁ ନେଇ ବୟାନ ଜାରି କରିଥିଲେ । ପୂର୍ବରୁ କାର୍ୟ୍ୟସୂଚୀକୁ ନେଇ କୌଣସି ସହମତି କିମ୍ବା ଅସହମତି ଦେଇପାରିବୁ ନାହିଁ ବୋଲି ଆଇସିସିକୁ କହିଦେଉଛୁ । ଏହା ଆମ ସରକାର ଉପରେ ନିର୍ଭର କରୁଛୁ । ଯେମିତି ଭାରତୀୟ ଟିମ ନିଜ ସରକାରଙ୍କ ଅନୁମତି ଉପରେ ନିର୍ଭର କରେ, ସେଭଳି ଆମେ ମଧ୍ୟ ନିର୍ଭର କରୁ ।

Related posts

ୱାନଡେର ଏକ ନଂ ବୋଲର ହେଲେ ମହମ୍ମଦ ସିରାଜ; ଫାଇନାଲ ପ୍ରଦର୍ଶନ ଯୋଗୁଁ ସିଧାସଳଖ ୮ ନଂ ସ୍ଥାନକୁ ଫାଇଦା

Odisha Sports Bureau

ଜିମ୍ବାୱେକୁ ୫ ୱିକେଟରେ ହରାଇଲା ଭାରତ

Odisha Sports Bureau

ଶୁବମନଙ୍କ ଅର୍ଦ୍ଧଶତକ ଦେଖି ଝୁମି ଉଠିଲେ ସାରା

Odisha Sports Bureau