More Sports

୧୦୫ ବର୍ଷୀୟ ବୃଦ୍ଧାଙ୍କ କମାଲ: ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ କଲେ ରେକର୍ଡ

ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ ରେକର୍ଡ କରିଛନ୍ତି ୧୦୫ ବର୍ଷୀୟ ବୃଦ୍ଧା । ଅଲବରର ପୂର୍ବ ମହାରାଣୀଙ୍କ ସ୍ମୃତିରେ ଆୟୋଜିତ ଯୁବରାଣୀ ମହେନ୍ଦ୍ରକୁମାରୀ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାମବାଇ । ଡେରାଡୁନରେ ଆୟୋଜିତ ହୋଇଥିବା ଏହି ଚାମ୍ପିଅନସିପରେ ବୟସରେ ଶତକ ମାରିଥିବା ବୃଦ୍ଧା ପ୍ରଥମ ସ୍ଥାନ ଅଧିକାର କରି ରେକର୍ଡ ସୃଷ୍ଟି କରିଛନ୍ତି ।

ଏହି ପ୍ରତିଯୋଗିତାରେ ସମଗ୍ର ଦେଶର ଯୁବପିଢିଙ୍କ ସହିତ ବୟସ୍କ ଲୋକମାନେ ମଧ୍ୟ ଭାଗ ନେଇଥିଲେ । ୧୦୫ ବର୍ଷୀୟ ବୃଦ୍ଧାଙ୍କ ଦୌଡ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ସୁପରନାନି ରାମବାଇ ନିଜର ତିନିପିଢିଙ୍କୁ ଧରି ଏହି ଦୌଡ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବୃଦ୍ଧା ଜଣକ କୌଣସି ପ୍ରକାର ସପ୍ଲିମେଣ୍ଟ କିମ୍ବା ପ୍ରୋଟିନ ସେକ୍ ପିଅନ୍ତି ନାହିଁ । ବୃଦ୍ଧା ଜଣକ ଶୁଦ୍ଧ ଦେଶୀ ଖାଇବା ଖାଆନ୍ତି । କ୍ଷୀର ଏବଂ ଦେଶୀ ଘିଅ ବହୁତ ପ୍ରିୟ । ନିୟମିତ ଭାବେ ଯୋଗ ଏବଂ ବ୍ୟାୟାମ କରି ନିଜକୁ ଏକଦମ ଫିଟ୍ ରଖିଛନ୍ତି । ଯୁବପିଢିଙ୍କ ଭଳି କାମ କରିବାକୁ କିମ୍ବା ବ୍ୟାୟାମ କରିବାକୁ ପଛାନ୍ତି ନାହିଁ । ବୃଦ୍ଧା ଏହି ଦୌଡ ପ୍ରତିଯୋଗିତାରେ ଭାଗ ନେଇ ସୁସ୍ଥ ଜୀବନର ଟିପ୍ସ ଦେଇଛନ୍ତି । ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ବିଜେତା ହେବା ପରେ ୧୦୫ ବର୍ଷୀୟ ରାମବାଇ ୫ କିମି ଦୌଡ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ ।

Related posts

ଇଣ୍ଡିଆନ ଗ୍ରାଁ ପ୍ରି-୬ରେ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଥଲାଇବାଜକୁ ପରାସ୍ତ କରି ତାଲିକାର ଶୀର୍ଷରେ ବଙ୍ଗଳା

Odisha Sports Bureau

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

Odisha Sports Bureau