Cricket

ଲାଗାତାର ୧୦୦ ଟେଷ୍ଟ ଖେଳି ଇତିହାସ ରଚିଲେ ଲିୟନ

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟର ଦ୍ଵିତୀୟ ମ୍ୟାଚ୍ ଲର୍ଡ୍ସରେ ଖେଳା ଯାଉଛି। ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ନାଥନ ଲିୟନ ଚୂଡାନ୍ତରେ ସାମିଲ୍ ହେବା ସହ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଲିୟନ ଲଗାତାର ୧୦୦ ଟେଷ୍ଟ ଖେଳିବାରେ ପ୍ରଥମ ସ୍ପିନର ହୋଇଛନ୍ତି। ଏହି ରେକର୍ଡ କରିବାରେ ସେ ଦୁନିଆର ପ୍ରଥମ ବୋଲର ମଧ୍ୟ ହୋଇଛନ୍ତି।
ଇଂଲଣ୍ଡ ବିପକ୍ଷ ଜାରି ଆସେସ୍ ସିରିଜର ଦ୍ଵିତୀୟ ମ୍ୟାଚ୍ ନାଥନ ଲିୟନଙ୍କ ୧୦୦ତମ ଟେଷ୍ଟ। ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବୋଲର ଲଗାତାର ୧୦୦ ମ୍ୟାଚ୍ ଖେଳି ପାରି ନାହାନ୍ତି। ଲଗାତାର ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ରେକର୍ଡ ଇଂଲଣ୍ଡର ଆଲିଷ୍ଟରଙ୍କ ନାମରେ ରହିଛି। ସେ ଇଂଲଣ୍ଡ ପାଇଁ ୧୫୯ ମ୍ୟାଚ୍ ଖେଳିଛନ୍ତି। ଦ୍ଵିତୀୟରେ ଅଛନ୍ତି ଅଷ୍ଟ୍ରେଲିଆର ଆଲାନ ବର୍ଡର। ତାଙ୍କ ନାମରେ ୧୫୩ ମ୍ୟାଚ୍ ରହିଛି। ଲଗାତାର ୧୦୭ ମ୍ୟାଚ୍ ସହ ମାର୍କ ଓ୍ଵ ତୃତୀୟରେ ଅଛନ୍ତି। ଭାରତର ଖେଳାଳି ସୁନୀଲ ଗାଭାସ୍କର ଲଗାତାର ୧୦୬ ମ୍ୟାଚ୍ ଖେଳି ଚତୁର୍ଥ ସ୍ଥାନରେ ରହିଛି। ପଞ୍ଚମ ସ୍ଥାନରେ ଅଛନ୍ତି ବ୍ରେଣ୍ଡନ ମ୍ୟାକକୁଲ, ଯିଏ ବର୍ତ୍ତମାନ ଇଂଲଣ୍ଡର ଟେଷ୍ଟ ଦଳର ମୁଖ୍ୟ କୋଚ୍। ସେ ଲଗାତାର ୧୦୧ ମ୍ୟାଚ୍ ଖେଳିଛନ୍ତି।
ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ଲିୟନ ୧୨୧ ଟେଷ୍ଟ ମ୍ୟାଚ୍ରେ ୪୯୫ ଓ୍ଵିକେଟ୍ ନେଇଛନ୍ତି। ସେ ଆସେସ୍ ସିରିଜରେ ଆଉ ଏକ ବଡ଼ ଉପଲବ୍ଧି ହାସଲ କରି ପାରନ୍ତି। ସେ ଟେଷ୍ଟରେ ୫୦୦ ଓ୍ଵିକେଟ୍ ହାସଲ କରିବାରେ କେବଳ ୫ଟି ଓ୍ଵିକେଟ୍ ଦୂରରେ ଅଛନ୍ତି। ଜାରି ଆସେସ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଲିୟନ ୮ ଓ୍ଵିକେଟ୍ ନେଇଛନ୍ତି।

Related posts

ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ

Odisha Sports Bureau

ଟିମ୍ ଇଣ୍ଡିଆର ପରବର୍ତ୍ତୀ ଟି-୨୦ ସିରିଜର ଅଂଶ ହୋଇପାରନ୍ତି ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau

ଆସନ୍ତା କାଲି କ୍ୱାଲିଫାୟର -୨ରେ ମୁମ୍ବାଇ କୁ ଭେଟିବ ଗୁଜରାଟ

Odisha Sports Bureau