Cricket

ଟେଷ୍ଟ ଏବଂ ଦିନିଆ ସିରିଜ ପୂର୍ବରୁ ମାତାଙ୍କ ଦର୍ଶନ କଲେ ଜାଡେଜା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ତାଙ୍କ ପତ୍ନି କଚ୍ଛପ ଆଶାପୁରା ମାତା ଦର୍ଶନ କରିବାକୁ ପହଞ୍ଚିଥିଲେ । ଜାଡେଜା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ସରିବା ପରେ କିଛି ସମୟ ପାଇଁ ବ୍ରେକ ନେଇଛନ୍ତି । ଆଉ ବ୍ରେକ ସମୟରେ ପତ୍ନୀ ରିବାବାଙ୍କ ସହିତ ମନ୍ଦିରକୁ ଯାଇଛନ୍ତି । ଯାହାର ଫଟୋ ରିବାବା ଟ୍ଵିଟରରେ ସେୟାର କରିଛନ୍ତି ।
ସେହି ଫଟୋରେ ଦେଖିବାକୁ ମିଳୁଛି ଦୁହେଁ ଆଶାପୁରା ମାତା ମନ୍ଦିରରେ ନମସ୍କାର କରୁଛନ୍ତି । ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଜାଡେଜା ମନ୍ଦିରରେ ପହଞ୍ଚିବା ନେଇ ଫ୍ୟାନ୍ସ ମଧ୍ୟ ଖୁସି ରହିଛନ୍ତି । ଜାଡେଜା ୱେଷ୍ଟଇଣ୍ଡିଜ ବିପକ୍ଷ ହେବାକୁ ଥିବା ଟେଷ୍ଟ ଏବଂ ଦିନିଆ ସିରିଜରେ ସ୍ଥାନ ପାଇଛନ୍ତି । ଏହାପୂର୍ବରୁ ନିଜ ପରିବାର ସହିତ ସମୟ ବିତାଉଛନ୍ତି । କିଛିଦିନ ପୂର୍ବରୁ ଜାଡେଜା ଫାର୍ମହାଉସ ଫଟୋ ସେୟାର କରିଥିଲେ । ସେଥିରେ ଘୋଡା ସହିତ ନଜର ଆସିଥିଲେ ।

Related posts

ଅଷ୍ଟ୍ରେଲିଆ-ଇଂଲଣ୍ଡ ଅନ୍ତିମ ଆଶେସ ଟେଷ୍ଟରୁ ଜେସନ୍ ରୟଙ୍କୁ ବାଦ

Odisha Sports Bureau

ଏସିଆ କପ୍୨୦୨୪ ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ଭାରତୀୟ ମହିଳା ଦଳ

ଯୁବ ଖେଳାଳିଙ୍କୁ ମିଳୁ ସୁଯୋଗ