Cricket

ଧୋନିଙ୍କ ପୁରୁଣା ଭିଡିଓ ଭାଇରାଲ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନି ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମାହିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଭାଇରଲ ହେଉଥିବା ଦେଖିବାକୁ ମିଳିଥାଏ । ନିକଟରେ ଧୋନିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ନଜର ଆସିଛନ୍ତି। ଧୋନି ତାଙ୍କୁ ବାଇକରେ ବସାଇ କୌଣସି ସ୍ଥାନରେ ଛାଡୁଥିବାର ଦେଖିବାକୁ ମିଳିଛି ।

ଏହା ହେଉଛି ଧୋନିଙ୍କର ଏକ ପୁରୁଣା ଭିଡିଓ । ଭିଡିଓରେ ସେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ବାଇକରେ ବସାଇ ଆଣୁଥିବାର ଦେଖିବାକୁ ମିଳିଛି । ଧୋନି ସିକ୍ୟୁରିଟି ଗାର୍ଡଙ୍କୁ ତାଙ୍କ କାମ ସ୍ଥାନରେ ଛାଡି ଚାଲିଯାଉଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଦାବି କରୁଛନ୍ତି ଯେ, ଏହି ଭିଡିଓଟି ଧୋନିଙ୍କ ଫାର୍ମ ହାଉସରୁ ଆସିଛି। ରାଞ୍ଚିରେ ଧୋନିଙ୍କ ଏକ ବିରାଟ ଫାର୍ମ ହାଉସ ରହିଛି। ଏହି ଫାର୍ମ ହାଉସ ୭ ଏକର ଜମିରେ ପରିବ୍ୟାପ୍ତ । ଧୋନିଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

Related posts

ଆଇସିସି ଟେଷ୍ଟ ଚମ୍ପିଆନ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

୧୯୯ ଶତକ, ୨୭୩ ଅର୍ଦ୍ଧଶତକ, ୬୧ ହଜାରରୁ ଅଧିକ ରନ୍ ଆଜି ପର୍ଯ୍ୟନ୍ତ ଜ୍ୟାକ ହବ୍ସଙ୍କ ଏହି ରେକର୍ଡ

ଧୋନି ଦେଲେ ବଡ଼ ଚେତାବନୀ : କ୍ୟାପ୍ଟେନ୍ସି ଛାଡ଼ିଦେବି

Odisha Sports Bureau